ଔଷଧ ଦୋକାନ ଗୁଡିକରେ ଘୋର ଅନିଅମିତତା:ରୋଗୀ ଓ ଜନସାଧାରଣ ହଇରାଣ ହରକତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହର ମଧ୍ୟରେ ଥିବା ଔଷଧ ଦୋକାନ ଗୁଡିକରେ ଘୋର ଅନିଅମିତତା ସଙ୍ଗେ ସଙ୍ଗେ ରୋଗୀ ତଥା ଜନସାଧାରଣ ମାନେ ହଇରାଣ ହରକତ ହେଉଥିବା ସୂଚନା ମିଳିଛି । ସୂଚନାରୁ ଜଣାପଡିଛି ଯେ କେତେକ ଔଷଧ ଦୋକାନ ଗୁଡିକରେ ରୋଗୀ ଔଷଧ କିଣିବା ସମୟରେ ବିଲ୍ ଦେଉନାହାନ୍ତି କିମ୍ବା କେସ୍ ମେମୋ ବ୍ୟବହାର କରୁନାହାନ୍ତି ଏ ନେଇ ଭେଷଜ ନିରୀକ୍ଷକ ନୋଟିସ ଜାରି କଲେ ମଧ୍ୟ ଭୃକ୍ଷେପ କରୁନାହାନ୍ତି ଓ ବିଭିନ୍ନ କାରଣ ର୍ଦଶାଇ ସସ୍ପେଣ୍ଡ୍ କଲେ ମଧ୍ୟ ଡରୁ ନାହାନ୍ତି । ଅବାଧରେ ନିଶା ବଟିକା ବିକ୍ରି, ଗର୍ଭନିରୋଧକ ବଟିକା ବିକ୍ରି, ବିନା ପରାମର୍ଶରେ ଔଷଧ ବିକ୍ରି, ନିମ୍ନମାନର ଔଷଧ ବିକ୍ରି ଇତ୍ୟାଦି ଦେଖିବାକୁ ମିଳୁଛି । ଔଷଧ ଦୋକାନ ଖୋଲିବା ପାଇଁ ଅତି କମରେ ୧୨୦ ର୍ବଗଫୁଟ ଜାଗା ଦରକାର କିନ୍ତୁ ଦେଖିବାକୁ ମିଳୁଛି ଯେ କେତେକ ଦୋକାନ ୧୨୦ ର୍ବଗଫୁଟରୁ କମ୍ ଥାଇ ମଧ୍ୟ କିପରି ଅନୁମତି ଓ ନବୀକରଣ ପାଇଁ ଅନୁମତି ଦିଆଯାଇଛି ତାହା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । ଔଷଧ ଦୋକାନ ଖୋଲିବା ପାଇଁ ଥିବା ନିୟମାବଳୀ ଅନୁଯାୟୀ ଦିଆଯାଇନାହିଁ । Drugs. ଓ Cosmetic rule ଅନୁଯାୟୀ ଭେଷଜ ନିରୀକ୍ଷକଙ୍କ ଦ୍ୱାରା ଯଦି ସଠିକ ତଦାରଖ କରାଯାଇଥାନ୍ତା ତାହା ହେଲେ ଜନସାଧାରଣ ଉପକୃତ ହୋଇପାରିଥାନ୍ତେ ଏହି ବିଷୟରେ ବର୍ତ୍ତମାନ ଥିବା ଭେଷଜ ନିରୀକ୍ଷକଙ୍କୁ ପଚାରିବାରୁ ସେ କଯ୍ୟାନୁଷ୍ଟାନ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବ୍ରହ୍ମପୁର ସହରରେ ଉପ ଭେଷଜ ନିୟନ୍ତ୍ରକ ଥାଇ ମଧ୍ୟ କିଛି ଆବଶ୍ୟକ ପଦକ୍ଷେପ ନେବା ଦେଖାଯାଉନାହିଁ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା