ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର କଂଗ୍ରେସ କମିଟି ପକ୍ଷରୁ ଗରିବ, ଅସହାୟ ପରିବାରକୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଗେଟ୍ ବଜାର ଲୋଚାପଡା ସାହି ବସ୍ତି ଅଞ୍ଚଳର ଲୋକଙ୍କୁ ଡାଲି, ତେଲ ପରିବା ଓ ମାସ୍କ ଇତ୍ୟାଦି କଂଗ୍ରେସ ନେତା ଚନ୍ଦ୍ରଶେଖର ନାଇଡୁଙ୍କ ନେତୃତ୍ୱରେ ବଣ୍ଟନ କରାଯାଇଛି । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶ ଓ ରାଜ୍ୟରେ ଜାରୀ ହୋଇଥିବା ଲକ୍ଡାଉନକୁ ସମ୍ପୂର୍ଣ୍ଣ ରୂପେ ମାନି ଚଳିବା ସହ ଘରୁ ନ ବାହାରିବା ପାଇଁ ସାମାଜିକ ଦୂରତ୍ୱ ମାନିବା ପାଇଁ ଓ ବାହାରକୁ ବାହାରିଲେ ନିଶ୍ଚିତ ରୂପେ ମାକ୍ସ ପିନ୍ଧି ବାହାରିବାକୁ କଂଗ୍ରେସ କର୍ମୀମାନେ ଲୋକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ଆସି ନ ପାରିଥିଲେ ମଧ୍ୟ କଂଗ୍ରେସ ନେତା ଚନ୍ଦ୍ରଶେଖର ନାଇଡୁ ଦିଲ୍ଲୀରେ ରହି ଏହି ସମସ୍ୟାଗୁଡିକର ତତ୍ୱାବଧାନ କରୁଥିଲେ ଏବଂ ଏସବୁ ବୁଝିବାକୁ ଗଞ୍ଜାମ ଜିଲ୍ଲା ଲିଗେଲସେଲ୍ ଅଧ୍ୟକ୍ଷ ଶିବ ପାତ୍ରଙ୍କୁ ଓ ଅନ୍ୟାନ୍ୟ କଂଗ୍ରେସ କର୍ମକର୍ତ୍ତାମାନଙ୍କୁ ଦିଆଯାଇଥିବା ଏହି ଲକଡାଉନ ସଚେତନ ଦାୟିତ୍ୱ ସୁଚାରୁ ରୂପେ ପାଳନ ହେଉଛି କି ନାହିଁ ସେ ତଦାରଖ କରୁଥିଲେ । ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ମାସ୍କ ନ ପିନ୍ଧିଲେ ରାସନ ଓ ପରିବା ମିଳିବ ନାହିଁ ବୋଲି ଏହା କଂଗ୍ରେସ କର୍ମୀମାନେ ଲୋକଙ୍କୁ ବୁଝାଇଥିଲେ । ନିଜ ସମ୍ବଳ ଅନୁସାରେ ବିଭିନ୍ନ ସାମଗ୍ରୀ ଲୋକମାନଙ୍କୁ ଏମାନେ ବଣ୍ଟନ କରିବା ସହ ଘର ଭିତରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା