କଂଗ୍ରେସ ଦ୍ୱାରା ହିଁ ଶିକ୍ଷକମାନଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିବ….

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ସମସ୍ତ ଶିକ୍ଷକ ସମାଜ ଯେଉଁ ମୂଳ ଦାବୀ କରି ଆସୁଛନ୍ତି ଯେ ୧୩ ଡିସେମ୍ବର ୧୯୭୪ ମସିହାରୁ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥି ପ୍ରଚଳନ କରିଥିବା ପୂର୍ଣ୍ଣ ପ୍ରତ୍ୟକ୍ଷ ଅନୁଦାନ ପ୍ରଦାନ ଓ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ୭ ଡିସେମ୍ବର ୧୯୮୧ ମସିହାରୁ କାର୍ଯ୍ୟକାରୀ ହୋଇଥିବା ଅବସର ସୁବିଧା ପ୍ରଦାନ ତାହାର ପୁନଃ ପ୍ରଚଳନ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଦୃଢ ସଂକଳ୍ପ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୫ ଫେବୃୟାରୀ ୨୦୦୪ ମସିହାରୁ ପ୍ରଚଳିତ ଏଗାର ପ୍ରକାର ବ୍ଲକଗ୍ରାଂଟ ବ୍ୟବସ୍ଥା ସଂପୂର୍ଣ୍ଣ ଅମାନୁଷିକ ଓ ତାହାକୁ ତୁରନ୍ତ ଉଚ୍ଛେଦ କରାଯିବା ଆବଶ୍ୟକ । ପୁନଃ ଗଠିତ ଓଡିଶା ପ୍ରଦେଶ ଶିକ୍ଷକ କଂଗ୍ରେସ ଅଧିବେଶନରେ ଅଧ୍ୟକ୍ଷତା କରି ଶିକ୍ଷକ କଂଗ୍ରେସର ସଭାପତି ଅଧ୍ୟାପକ କୈଳାସ ଆଚାର୍ଯ୍ୟ କହିଲେ ଯେ କଂଗ୍ରେସ ଦ୍ୱାରା ହିଁ ଶିକ୍ଷକ ସମାଜର ଭବିଷ୍ୟତ ସୁରକ୍ଷିତ ହୋଇପାରିବ । ସେଥିପାଇଁ ସେ ଓଡିଶାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଶିକ୍ଷକମାନଙ୍କ ସକ୍ରିୟ ସହଯୋଗ ପାଇଁ ନିବେଦନ କରିଥିଲେ । ନବଗଠିତ ଶିକ୍ଷକ କଂଗ୍ରେସର ଶୁଭେଚ୍ଛୁ ରୂପେ ଡ. ରାଧାକାନ୍ତ ନାୟକ, ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ଦାଶରଥି ନାୟକ ରହିଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ କୈଳାସ ଚନ୍ଦ୍ର ବରାଳ, ନିରଦ ବରଣ ଖୁଂଟିଆ ଓ ଗୁଣମଣି ସା ରହିଛନ୍ତି ।ସେହିପରି ଉପସଭାପତି ଭାବେ ନିର୍ମଳକାନ୍ତ ମହାନ୍ତି, ପୁରନ୍ଦର ଦାଶ, ହାଡିବନ୍ଧୁ ରାଉତ, ଗୋଦାବରୀଶ ପାଇକରାୟ, ପ୍ରଫୁଲ କୁମାର ନାୟକ, ଶ୍ରୀମତୀ ବୀଣାପାଣି ସାମଲ, ପ୍ରଣବ ପାଟ୍ଟଯୋଶୀ, ବିପ୍ରବର ସାହୁ, ବିରଂଚି ନାରାୟଣ ମଣ୍ଡଳ, କାଳନ୍ଦୀ ଚରଣ ସାହୁ, ରାଜକିଶୋର ଜେନା, ଗୋଲକ ବିହାରୀ ସାହୁ, ରାଜକିଶୋର ଖଟୁଆ, ବ୍ରଜକିଶୋର ସାହୁ ରହିଥିବା ବେଳେ କୋଷାଧ୍ୟକ୍ଷ ଭାବେ ଗତିକୃଷ୍ଣ ଉତରକବାଟ ରହିଛନ୍ତି ।ସାଧାରଣ ସଂପାଦକ ରୂପେ ବୈକୁଣ୍ଠ ବିହାରୀ ନାୟକ, ରମାକାନ୍ତ ମହାପାତ୍ର, ଅକ୍ଷୟ କୁମାର ଦାସ ରହିଛନ୍ତି ତଥା ସଂପାଦକ ଭାବେ କୁଞ୍ଜବିହାରୀ ପ୍ରଧାନ, ଦେବରାଜ ପରିଡା, ବାମଦେବ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ଅକ୍ଷୟ ମହାନ୍ତି, ବାନାମ୍ବର ବାରିକ, ଅଶୋକ ସାମଲ ଓ ସନ୍ତୋଷ ମହାନ୍ତି ରହିଥିବା ବେଳେ ଯୁଗ୍ମ ସଂପାଦକ ରୂପେ ଗୋଲେଖ ପଲେଇ, ଦୁର୍ଯ୍ୟୋଧନ ସ୍ୱାଇଁ, ଅମର ସାହୁ, ସୁଧିର ଚରଣ ମହାନ୍ତି ଓ ଭଗବାନ ପାଣିଗ୍ରାହୀ ରହିଛନ୍ତି । ଏହି ନବଗଠିତ ଓଡିଶା ପ୍ରଦେଶ ଶିକ୍ଷକ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟକାରୀ ସଭାପତି ନିରଦ ବରଣ ଖୁଂଟିଆ ଜଣାଇଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର