

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ଗତ ତିତଲୀ ବାତ୍ୟା ଓ ବନ୍ୟାରେ ଗଜପତି ଜିଲ୍ଲା ଲାବନ୍ୟଗଡ ଗ୍ରାମର ୧୧ ଟି ଗରିବ ପରିବାରର ଘର ଭାଙ୍ଗି ପଡିଥିବା ପ୍ରତେକ ପରିବାରକୁ ଏକ ହଜାର ଟଙ୍କା ଓ ଏକ ବସ୍ତାଲେଖାଏଁ ଚାଉଳ ଦେଲେ ବରିଷ୍ଠ କଂଗ୍ରେସ ନେତା ଡ଼ଃ ତିରୁପତି ପାଣିଗ୍ରାହୀ। ଆଜି ଡ଼ଃ ପାଣିଗ୍ରାହୀ ଲାବନ୍ୟଗଡରେ ପହଂଚି ପ୍ରତେକ ପରିବାର ସହ ମିଶି ସେମାନଙ୍କୁ ଆଶ୍ୱାସନା ଦେବା ସହ କିଛି ଆର୍ଥିକ ସାହାଯ୍ୟ କରିଥିଲେ। ତା ସହିତ କିଛି ଖାଦ୍ୟ ସାମଗ୍ରୀ ମଧ୍ୟ ବଣ୍ଟନ କରିଥିଲେ। ତାଙ୍କ ସହ ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଗୋବରା ତିରୁପତି , ବିଜୟ କୁମାର, ଅଖିଳ ପାତ୍ର ,କେ ବଲରାଜୁ ,କୃଷ୍ନା ବାବୁ , ସରପଂଚ ମଧୁସୂଦନ ପଣ୍ଡା, ବୁଜି ବାବୁ ଉପସ୍ଥିତ ଥିଲେ।
ରିପୋର୍ଟ : କୃଷ୍ଣ କୁମାର ବେହେରା