ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଂଗ୍ରେସ ପକ୍ଷରୁ ଦୋକାନ ଭଡା ଛାଡ଼ କରିବା ନେଇ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ସେଥିରେ ଉଲ୍ଲେଖ କରାଯାଇଛି ଯେ, ଗତ ୫ ମାସ ଧରି କରୋନା ସଂକ୍ରମିତ ଜନିତ କଟକଣା ଯୋଗୁଁ ବ୍ରହ୍ମପୁରରେ ଲଗାତାର ଲକଡାଉନ ଓ ସଟଡାଉନ ଚାଲିଛି । ଏହା ଫଳରେ ଆର୍ଥିକ ଦୃଷ୍ଟିରୁ ଛୋଟ ଛୋଟ ବ୍ୟବସାୟୀମାନେ ପରିବାର ଚଳାଇବା ସମ୍ଭବ ହେଉ ନାହିଁ । ବ୍ରହ୍ମପୁର ମ୍ୟୁନିସପାଲଟି କର୍ପୋରେସନ ଠାରୁ ଭତ୍ତା ସୂତ୍ରରେ ଦୋକାନ ଘର ନେଇ ବ୍ୟବସାୟ କରି ଆସୁଥିବା କ୍ଷୁତ୍ର ବ୍ୟବସାୟୀ ମାନେ ବର୍ତ୍ତମାନ ପରିସ୍ଥିତିରେ ପୌର ସଂସ୍ଥାକୁ ମାସିକ ଭତ୍ତା ଦେବା ପାଇଁ ସମ୍ପୂର୍ଣ୍ଣ ଭାବରେ ଅସମର୍ଥ ଅଟନ୍ତି । ଅନ୍ୟ ପକ୍ଷରେ ବିଏମସି କର୍ତ୍ତୃପକ୍ଷ ପ୍ରତିବର୍ଷ ୧୦ ରୁ ୨୦ ପ୍ରତିଶତ ଭତ୍ତା ବୃଦ୍ଧି କରୁଛନ୍ତି । ଏହା ବୋଝୋ ଉପରେ ଲଳିତା ବିଡା ସଦୃଶ୍ୟ ଅଟେ । ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ତରଫରୁ କରୋନା ସ୍ଥିତି ସୁଧାରିବା ଯାଏଁ ଦୋକାନ ଭଡା ଛାଡ଼ କରାଯାଉ । ଏହାସହ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଦୋକାନ ଗୃହ ଭଡା ବୃଦ୍ଧିକୁ ମଧ୍ୟ ବନ୍ଦ କରାଯାଉ ବୋଲି ଦାବୀ କରାଯାଇଛି । ଏନେଇ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା