
ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ବିଡ଼ିଓଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ସୂଚନା ଯେ, କୃଷକ ମାନଙ୍କ ବିଭିନ୍ନ ସମସ୍ୟା ସହିତ କେନ୍ଦ୍ର ସରକାରଙ୍କ ଦ୍ଵାରା ପାରିତ ହୋଇଥିବା କୃଷକ ବିଲକୁ ବିରୋଧ କରି ଆଜି ହିଞ୍ଜିଳି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାଥିଙ୍କ ନେତୃତ୍ଵରେ ବହୁ କଂଗ୍ରେସ କର୍ମୀ ଏକତ୍ରି ହୋଇ ଏକ ଶୋଭା ଯାତ୍ରାରେ ବାହାରିଥିଲେ । ଏହାପରେ କୃଷି ବିରୋଧୀ ବିଲକୁ ବନ୍ଦ କରିବା ସହ ଚାଷୀଙ୍କୁ ଉଚିତ୍ ସୁବିଧା ପ୍ରଦାନ କରିବାକୁ ନାରା ଦେବା ସହ ହିଞ୍ଜିଳି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହି ଶେଭାଯାତ୍ରାରେ ନଗର କଂଗ୍ରେସ ସଭାପତିଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା