କଂଗ୍ରେସ ପକ୍ଷରୁ ଭଣ୍ଡାରୀମାନଙ୍କୁ ଚାଉଳ ବସ୍ତା ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣର ଆତଙ୍କ ଯୋଗୁଁ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବାରୁ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗରିବ ଖଟିଖିଆ ଦିନମଜୁରିଆ ରିକ୍ସା ଚାଳକ, ଅଟୋ ରିକ୍ସା ଚାଳକ, ଭଣ୍ଡାରୀ ଯାହାରକି ଦିନକୁ ଦୁଇ ପଇସା ରୋଜଗାର କଲେ ପରିବାର ପରିପୋଷଣ କରିବେ ସେମାନେ ଦୀର୍ଘ ଦିନ ଧରି ଲକଡାଉନ ଯୋଗୁଁ ସର୍ବଶ୍ଵାନ୍ତ ହୋଇ ପଡିଛନ୍ତି । ଏପରିକି ଅଧିକାଂଶ ଜାଗାରେ ରୋଜଗାର ନଥିବା ଯୋଗୁଁ ମୁଠାଏ ଖାଇବାକୁ ନ ପାଇ ମୃତ୍ୟୁ ବରଣ କରିବାର ଖବର ମଧ୍ୟ ପହଞ୍ଚିଛି । ଏଭଳି ଅବସ୍ଥାରେ କଂଗ୍ରେସର ଜାତୀୟ ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଅସହ୍ୟ ହୋଇ କିଛି ଲୋକଙ୍କୁ କୌଣସି ଉପାୟରେ ମଧ୍ୟ ସାହାର୍ଯ୍ୟ କରିବା ପାଇଁ ବ୍ୟାକୁଳ ହୋଇଛନ୍ତି । ସେଥିପାଇଁ ଦେଶର କୋଣ କୋଣରେ କଂଗ୍ରେସ କର୍ମୀମାନେ ମଧ୍ୟ କିଛି ଅସହାୟଙ୍କୁ ସାହାର୍ଯ୍ୟ କରିବାକୁ ହାତ ବଢେଇଛନ୍ତି । ଏହାକୁ ପାଥେୟ କରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା କିଛି ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ଆଗଭର ହୋଇ ଏଭଳି କରୋନା ଜନିତ ଦୁର୍ଦ୍ଧିନ ସମୟରେ ବ୍ରହ୍ମପୁରର ବଡ଼ ବଜାରରେ ପଟ୍ଟା-ରିକ୍ସା ଚାଳକମାନଙ୍କ ଦୁଃଖ ଦେଖି ହୃଦୟକୁ ପଥର କରି କଂଗ୍ରେସ ନେତା ପୀତବାସ ପଣ୍ଡା କିଛି ଦିନ ପୂର୍ବେ ସେମାନଙ୍କୁ ସାହାର୍ଯ୍ୟ କରିଥିଲେ । ଖାଲିରେ ଦିନଟିଏ ପାଇଁ ରନ୍ଧା ଖାଦ୍ୟ ଦେଇ ଆତ୍ମସନ୍ତୋଷ କରିବା ଭଳି କାର୍ଯ୍ୟ ନ କରି ସମସ୍ତଙ୍କୁ ଅନ୍ୟୁନ୍ୟ ଏକ ମାସ ପାଇଁ ଗୋଟିଏ ଲେଖାଏଁ ଚାଉଳ ବସ୍ତା ଓ ଡାଲି ବସ୍ତା ଲେଖାଏଁ ବଣ୍ଟନ କରି ବିଶେଷ ଧର୍ମ କରିଥିଲେ । ସେହିଭଳି ଆଜି କଂଗ୍ରେସ ତରଫରୁ ବହୁ ଅସୁବିଧାରେ ଚଳୁଥିବା ତଥା ବ୍ରହ୍ମପୁର ସହରରେ ନିଜ କୌଳିକ ବୃତ୍ତି କରି ପରିବାର ପ୍ରତି ପୋଷଣ କରୁଥିବା ପ୍ରାୟ ୫୦ଜଣ ଭଣ୍ଡାରୀମାନଙ୍କୁ କଂଗ୍ରେସ ନେତାମାନେ ନିଜସ୍ୱ ଅର୍ଥରେ ଗୋଟିଏ ଗୋଟିଏ ଚାଉଳ ବସ୍ତା ପ୍ରଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ରାଜ୍ୟ କୃଷକ କଂଗ୍ରେସର ନେତା ରଶ୍ମି ରଞ୍ଜନ ପଟ୍ଟନାୟକ, ପି.ସି.ସି ସମ୍ପାଦକ ଲିଙ୍ଗରାଜ ଚୌଧୁରୀ, ଭୋକାଳି ସେଠୀ, ଜିଲ୍ଲା କଂଗ୍ରେସ ନେତା ଉଦୟ ପାଣିଗ୍ରାହୀ, ଏସ ଦଣ୍ଡପାଣି, ମହିଳା କଂଗ୍ରେସ ନେତ୍ରୀ ଶ୍ରୀମତୀ ନିରୁପମା ପଟ୍ଟନାୟକ, ଶ୍ରୀମତୀ ଶୃତିମୟୀ ପଟ୍ଟନାୟକ, ସାଇ ପ୍ରସାଦ ପତ୍ର, ଭୀମ ରାଜୁ ରେଡ୍ଡୀ, ସିଦ୍ଧାନ୍ତ ସାହୁ, ବାବୁଲ ବେଗ, କିଶୋର କାପୁର ପ୍ରଭୁତି ପରିଚାଳନା କରିଥିଲେ l ଏହାକୁ ବୁଦ୍ଧିଜୀବୀ ମହଲରେ ଅଶେଷ ପ୍ରଶଂସା କରିଛନ୍ତି । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା