କଂଗ୍ରେସନେତା ଡ଼ଃ ତିରୁପତି ପାଣିଗ୍ରାହୀଙ୍କ ଗଜପତିଜିଲ୍ଲାର ବିପନ୍ନ ଅଞ୍ଚଳ ଗସ୍ତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତିଜିଲ୍ଲାର ବନ୍ୟାବିପନ୍ନ ଅଞ୍ଚଳ ଗସ୍ତକରି କଂଗ୍ରେସନେତା ଡ଼ଃ ତିରୁପତି ପାଣିଗ୍ରାହୀ ବିପନ୍ନ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରୁଛନ୍ତି । କାଶୀନଗର ବ୍ଲକର ବିଭିନ୍ନ ଅଞ୍ଚଳ ଆଜି ଗସ୍ତ କରି ବିପନ୍ନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷକରି ଚାଷୀମାନଙ୍କର ତିତିଲି ବନ୍ୟାରେ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ । ପାତିଗୁଡା ଗାଁରେ ଲୋକଙ୍କୁ ଆର୍ଥିକ ସହାୟତା କରିଥିଲେ । ତିରୁପତି ପାଣିଗ୍ରାହୀଙ୍କ ସମେତ ତିରୁପତି ରାଓ, ସୁକାନ୍ତି ଶବର, କୃଷ୍ଣ କୁମାର ବେହେରା, ଗୁଞ୍ଜୁ ଗୋମଙ୍ଗ ପ୍ରମୁଖ ତିତିଲିପ୍ରଭାବିତ ଅଞ୍ଚଳର ପ୍ରାୟ୩୦ଟି ଗ୍ରାମ ବୁଲି ଦେଖିଲେ ବିପନ୍ନଙ୍କୁ ଆଶ୍ୱାସନା ଦେଇଥିଲେ ।