କଂଗ୍ରେସର ଅଭିଯୋଗ ପରେ କାଦରାୟାଁରେ ସାନି ମତଦାନ : ବିଜୟ ପାଇଁ କଂଗ୍ରେସର ଆହ୍ୱାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କାଦରାୟଁ ପଂଚାୟତର ୨ଟି ବୁଥରେ ଅନିୟମିତତା ଦର୍ଶାଇ କଂଗ୍ରେସ ନିର୍ବାଚନ କମିସନରଙ୍କ ନିକଟରେ ଫେରାଦ ହୋଇଥିଲା । ନିର୍ବାଚନ କମିଶନ ସାନି ମତଦାନ ପାଇଁ ଆସନ୍ତା ୧୯ତାରିଖକୁ ନିର୍ଦ୍ଦେଶ ଦେଇଥିବାରୁ କଂଗ୍ରେସ କମିସନରଙ୍କୁ ସାଧୁବାଦ ଜଣାଇବା ସହ ଆଜି ନିର୍ଦ୍ଦିଷ୍ଟ ୨ଟି ବୁଥରେ କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ ତାଙ୍କର ଶେଷ ପ୍ରଚାର କରିଛନ୍ତି । ୨ୟ ଥର ପାଇଁ ସାନି ମତଦାନ ର କାରଣ ଭୋଟରଙ୍କୁ ବୁଝାଇବା ସହ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ, ନ୍ୟାୟ ଯୋଜନା, ଧାନର ସହାୟକ ମୂଲ୍ୟ ଘୋଷଣା ଇତ୍ୟାଦି ସଂପର୍କରେ କହିଛନ୍ତି । ଅତୀତରେ ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ ବନ୍ୟା ପିଡିତ ମାନଙ୍କୁ କିପରି ସହାୟତାର ହାତ ବଢାଇଥିଲେ ସେ ସଂପର୍କରେ କହିବା ସହିତ ଭୋଟ ବିକ୍ଷା କରିଥିଲେ । ସେମାନଙ୍କ ସହିତ କଟକର ବିଧାୟକ ପ୍ରାର୍ଥୀ ମହମ୍ମଦ ମୁକିମ୍, ସେକ୍ ମୁସ୍ତାଫା, ସରପଂଚ ପଦ୍ମଲୋଚନ ବେହେରା, ଗୋବାଳ କୃଷ୍ଣ ଜେନା, ସମ୍ବିତ୍ ମହାପାତ୍ର, ପୂର୍ଣ୍ଣ ଜେନା, ଶରତ ଜେନା, ସୂର୍ଯ୍ୟକୁମାର ଘୋଷ, ସରୋଜିନୀ ଘୋଷ, ଦୁର୍ଗାଶଂକର ନାୟକ ଓ ମୟମ୍ମଦ ଅମୀର ପ୍ରମୁଖ ଉପସ୍ଥିତ ରହି କଂଗ୍ରେସକୁ ଭୋଟ ଦେବାକୁ ନିବେଦନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା