

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକ ଭେଜିଆ ଓ ଗୋବରି ଠାରେ ୨୩୧ ଜଣଙ୍କ କୋଭିଡ-୧୯ ସ୍ୱାବ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ମୁଖ୍ୟ ହସ୍ପିଟାଲ କର୍ମଚାରୀ ଗଣେଶ ଚନ୍ଦ୍ର ମହାପାତ୍ର, ବଳରାମ ମଲ୍ଲିକ, ସଂଗୀତା ପ୍ରଧାନ, ସ୍ଵର୍ଣଲଷ୍ମୀ ରାଉତ, ଲୋପାମୁଦ୍ରା ମହାପାତ୍ର, ସୁନୟନା ମହାନ୍ତି, ତ୍ରିଦେବ ସ୍ୱାଇଁ, ଶେଷଦେବ ସାହୁ, ସନ୍ତୋଷ ଦାସ, ଅଜୟ ସ୍ୱାଇଁ, ଦୀପ୍ତି ଖୁଣ୍ଟିଆ ଓ ଜିତେନ୍ଦ୍ର ସ୍ୱାଇଁ ଯୋଗ ଦେଇ ସ୍ୱାବ ସଂଗ୍ରହ କରିଥିଲେ । ଏଥିରେ ବିରାଶାଳର ଡ଼ା ପ୍ରଶାନ୍ତ କର, ଡ଼ା ଶିବ ଶଙ୍କର ସ୍ୱାଇଁ, ପ୍ରଶାନ୍ତ ସାହୁ, ଅନ୍ତର୍ଯ୍ୟାମୀ ନାଏକ, କୁନ୍ତଳା ବେହେରା, ଦୀନବନ୍ଧୁ ସିଂହ, ସରପଞ୍ଚ ସୁଜାତା ସିଂହ ଓ ସିଆରସିସି ବିଷ୍ନୁସେନ ସିଂ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିପିଏମ ଲିଙ୍ଗରାଜ ମହାପାତ୍ର ପରିଚାଳନା କରିଥିଲେ ।
ରିପୋର୍ଟ : ଶୁଭମ ପାଣି
