

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) କଙ୍କୋରଡା ବିଜ୍ଞାନ କଲେଜକୁ ଯାଇ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା କଲେଜ ବୁଲି ଦେଖିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସାନଖେମୁଣ୍ଡି ଅଞ୍ଚଳର କଙ୍କୋରଡା ବିଜ୍ଞାନ କଲେଜ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । କଲେଜରେ ବହୁ ଅଧ୍ୟାପକ ପଦବୀ ଖାଲି ପଡିଛି । ପାଚେରୀ ମଧ୍ୟ ନିର୍ମାଣ ହୋଇପାରୁନାହିଁ । ଗତକାଲି ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଅଚାନକ ଏହି କଲେଜକୁ ଗସ୍ତ କରି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ପାଚେରୀ ନଥିବାରୁ କଲେଜ ପରିସରରେ ଶିକ୍ଷାର ବାତାବରଣ ନଷ୍ଟ ହେବା ସହ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । କଲେଜ ସମସ୍ୟାର ସମାଧାନ ପାଇଁ ଅଧ୍ୟକ୍ଷ ଡ଼.ପ୍ରଫୁଲ୍ଲ କୁମାର ରାଉତଙ୍କ ସହ ଅଧ୍ୟାପକ ଓ କର୍ମଚାରୀମାନେ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


