

କଟକ (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ଦେଶରେ ଓ ରାଜ୍ୟରେ ଲକଡାଉନ ଜାରି ହୋଇଥିବା ବେଳେ ଶ୍ରମିକ ଦିନମଜୁରିଆ ଗରିବ ଲୋକମାନେ ଜୀବିକା ହରାଇ ଖାଇବାକୁ ମଧ୍ୟ ପାଉ ନ ଥିବା ଖବର ହସ୍ତଗତ ହେଉଥିବା ବେଳେ କଟକ ଆଇନ ମହାବିଦ୍ୟାଳୟ ସେମାନଙ୍କୁ ସାହାର୍ଯ୍ୟ କରିବାକୁ ହାତ ବଢ଼ାଇ ବେଶ ପ୍ରଶଂସନୀୟ କାର୍ଯ୍ୟ କରୁଥିବା ଜଣାପଡିଛି । କଟକରେ ଥିବା ବସ୍ତିବାସିନ୍ଦା ଗରିବ ଦିନମଜୁରିଆ ଶ୍ରମିକ ଭିକାରି ଭଳି ଅସହାୟ ମାନଙ୍କୁ ଏହି ଲକଡାଉନ ସମୟରେ କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ସ୍ଥାନୀୟ କଟକ ସିଡିଏ ଅଞ୍ଚଳର ବାଲି ଘାଟ ବସ୍ତିରେ ୬ଶହ ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ଏହି ବଣ୍ଟନ କାର୍ଯ୍ୟରେ ବାସୁଦେବ ସେଠୀ, ବ୍ରଜଭୂଷଣ ସାହୁ, ସୁମନ୍ତ ମଲିକ, ବିକାଶ ଦଳେଇ, ଶିବୁ ଦାସ ଉପସ୍ଥିତ ଥିଲେ । ଏହି ସାହାଯ୍ୟ ପାଇଁ ହାତ ବଢାଇଥିବା ସମସ୍ତ ଛାତ୍ରଛାତ୍ରୀ ଏବଂ ବ୍ୟକ୍ତି ବିଶେଷଙ୍କୁ ବୁଦ୍ଧିଜୀବୀ ମାନେ କୃତଜ୍ଞତା ଜଣାଇଛନ୍ତି । ଏହି ଆଇନ କଲେଜର ପୂର୍ବତନ ଛାତ୍ର ତଥା ବର୍ଷିଆନ ନେତା ପୂର୍ବତନ ସାଂସଦ ଡ଼ଃ. ପ୍ରସନ୍ନ କୁମାର ପାଟ୍ଟଶାଣୀ ଏହା ଶୁଣି ସାହାର୍ଯ୍ୟ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି ।
ରିପୋର୍ଟ : ଅକ୍ଷୟ ପଟ୍ଟନାୟକ


