ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ପଞ୍ଚାୟତରେ ସତରଞ୍ଜି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ କଣମଣା ପଞ୍ଚାୟତ ଟାକରିଆ ବ୍ରହ୍ମପୁର କଲ୍ୟାଣମଣ୍ଡପରେ ବିଡ଼ିଓ ଅମ୍ବିକା ପ୍ରସାଦ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରବି ନାରାୟଣ ତ୍ରିପାଠୀ ଯୋଗଦେଇ ଥିଲେ । ଗ୍ରାମୀଣ ଗୃହ ନିର୍ମାଣ ଯୋଜନା, ଏମନରେଗା ଯୋଜନା, ବାର୍ଦ୍ଧକ୍ୟ ଭର୍ତ୍ତା, ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା, ମୋ ପାଇଖାନା, ପ୍ଲାଷ୍ଟିକ ଓ ପଲିଥିନ ନିଷେଧ ଆଦି ବିଭିନ୍ନ ଯୋଜନା ଉପରେ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ପଣ୍ଡା, କନିଷ୍ଠ ଯନ୍ତ୍ରୀ ଶାଶଙ୍କ ଶେଖର ପାଢ଼ୀ, ଜୟଶେନ ବେହେରା, ମଳୟ କୁମାର ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମଲ୍ଲିକ, ଏପିଓ ଅର୍ଚ୍ଚିତା ପାଣିଗ୍ରାହୀ, ବ୍ଲକ ପ୍ରୋଗ୍ରାମ ସଂଯୋଜକ ଉମେଶ କୁମାର, କଣମଣା ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ ଓ ସମିତି ସଭ୍ୟା ରଶ୍ମିତା ବେହେରା ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା