![କନ୍ଧମାଳରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ:ନବୀନଙ୍କୁ ବାଃ ବାଃ ଜଣାଇଲେ କର୍ମୀ…](https://i0.wp.com/www.samrudhaodisha.com/wp-content/uploads/2018/12/WhatsApp-Image-2018-12-26-at-06.46.25.jpeg?fit=960%2C1280&ssl=1)
![](https://i0.wp.com/www.samrudhaodisha.com/wp-content/uploads/2018/12/WhatsApp-Image-2018-12-26-at-06.46.25-1.jpeg?resize=640%2C853&ssl=1)
ଫୁଲବାଣୀ (ସମୃଦ୍ଧ ଓଡିଶା) ବିଜେଡିର ପ୍ରତିଷ୍ଠା ଦିବସ କନ୍ଧମାଳ ଜିଲ୍ଲାର ଉଦୟଗିରି ଠାରେ ଜିଲ୍ଲା ସହପ୍ରଭାରୀ ବିକ୍ରମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲା ପାଇଁ ନିଯୁକ୍ତ ହୋଇଥିବା ବିଜେଡିର ସହ ପ୍ରଭାରୀ ବିକ୍ରମ କୁମାର ପଣ୍ଡା ଯୋଗଦେଇ ବିଜେଡିର ବିଭିନ୍ନ ଲୋକହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସୁପ୍ରିମଙ୍କ ହାତମୁଠାକୁ ଆହୁରି ଟାଣ କରିବାକୁ ହେଲେ ସରକାରଙ୍କ ସମସ୍ତ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଆମର ଗୁରୁଦାୟିତ୍ୱ ରହିଛି ବୋଲି କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ସାଧାରଣ ନିର୍ବାଚନ ଆଉ ମାତ୍ର କିଛି ମାସ ରହିଥିବା ବେଳେ ବିଜେଡିର ଲୋକପ୍ରିୟତାକୁ ତ୍ୱରାନ୍ୱିତ କରିବା ନିହାତି ଆବଶ୍ୟକ ବୋଲି କହିଥିଲେ । ବିଜେଡି ପ୍ରତିଷ୍ଠା ଦିବସରେ ଆମେ ସମସ୍ତେ ଏକତ୍ରିତ ହୋଇ ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବାକୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ । ଏଥିରେ ଜିଲ୍ଲାର ବହୁ ବରିଷ୍ଠ କର୍ମୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
![](https://i0.wp.com/www.samrudhaodisha.com/wp-content/uploads/2018/12/WhatsApp-Image-2018-12-26-at-06.46.24-1.jpeg?resize=640%2C853&ssl=1)
![](https://i0.wp.com/www.samrudhaodisha.com/wp-content/uploads/2018/12/WhatsApp-Image-2018-12-26-at-06.46.24.jpeg?resize=640%2C853&ssl=1)
![](https://i0.wp.com/www.samrudhaodisha.com/wp-content/uploads/2018/12/WhatsApp-Image-2018-12-26-at-06.46.21.jpeg?resize=640%2C853&ssl=1)