ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ସ୍ଥାନୀୟ ଆଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଷଷ୍ଠ ତମ ଜାତୀୟ ଆୟୁର୍ବେଦ ଦିବସ ଏବଂ ଧନ୍ୱନ୍ତରୀ ଜୟନ୍ତୀ ଅତି ନିରାଡ଼ମ୍ବର ଭାବେ କୋଭିଡ ନୀୟମାବଳୀ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ଯୋଗଦାନ କରି କେ.ଏ.ଟି.ଏସ୍ ସ୍ମାରକସ୍ତମ୍ଭ ଉନ୍ମୋଚନ କରିଥିଲେ । ଏହି ଦିବସ ଉପଲକ୍ଷେ “ପୋଷଣରେ ଆୟୁର୍ବେଦର ମହତ୍ତ୍ଵ”କୁ ନେଇ ଏକ ବିଜ୍ଞାନଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟକ୍ଷ ପ୍ର. ଡ଼ା. ବିପିନ ବିହାରୀ ଖୁଣ୍ଟିଆ ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ବିଜ୍ଞାନ ଚକ୍ରରେ ଡ଼ା. ବିମଳ ପଣ୍ଡା, ଡ଼ା. ଆଦିକନ୍ଦ, ଡ଼ା. ନିବେଦିତା, ଡ଼ା. ଚିନ୍ମୟ ଭବାନୀ, ଡ଼ା. ଶିବାନୀ, ଡ଼ା. ବଳରାମ ପ୍ରବୃତ୍ତି ନିଜର ଅଭିଭାଷଣ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ଯୋଗଦାନ କରି ସମସ୍ତ ରୋଗର ନିରାକରଣ ଆୟୁର୍ବେଦିକ ଚିକିତ୍ସା ମାଧ୍ୟମରେ ସମ୍ଭବ ବୋଲି ଏହି ମହତ୍ଵ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ବିଶ୍ବବିଦ୍ୟାଳୟର ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏକ ଦିନଚର୍ଯ୍ୟା ସମ୍ବନ୍ଧୀୟ ଜାତୀୟ ସ୍ତର ପ୍ରତିଯୋଗିତାରେ ତୃତୀୟସ୍ଥାନ ଅଧିକାର କରି ITRA JAMNAGAR ସଂସ୍ଥା ତରଫରୁ ପୁରସ୍କୃତ ହୋଇଥିବାରୁ ଅଧ୍ୟକ୍ଷ ଡ଼ା. ବିପିନ ବିହାରୀ ଖୁଣ୍ଟିଆ ଛାତ୍ରଛାତ୍ରୀ ତଥା ଭିଡିଓ ପ୍ରସ୍ତୁତରେ ପରିଚାଳନ କରିଥିବା ଡ଼ା. ଶିବପ୍ରସାଦ, ଡ଼ା. ବିମଳ କୁମାର ପଣ୍ଡାଙ୍କୁ ମଧ୍ୟ ସମ୍ମାନିତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଅଛି । କାର୍ଯକ୍ରମକୁ ଡ଼ା. ଅଂଶୁମାନ, ଡ଼ା. ସ୍ଥିତପ୍ରଜ୍ଞା, ଡ଼ା. ସୌଭାଗ୍ୟ, ଡ଼ା. ସ୍ୱପ୍ନାସ୍ଵୟଂପ୍ରଭା, ଡ଼ା. ସୁରମା, ଡ଼ା. ଘାସିରାମ, ଡ଼ା. ଅଶ୍ୱିନୀ, ଡ଼ା. ଅନିତା, ଡ଼ା. ଅର୍ପିତା, ଡ଼ା. ପ୍ରଦୀପ୍ତ, ଡ଼ା. ସୁବ୍ରତ ପ୍ରମୁଖ ସହାୟୋଗ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଶୀର୍ବାଦ, ପ୍ରତୀକ, ଆକାଶ, ବିଜୟ, ରାହୁଲ ଆଦି ସହୟୋଗ କରିଥିଲେ ।ଉକ୍ତ ଦିବସ ଅବସରରେ ଗିରିଧର ଆୟୁର୍ବେଦ ପ୍ରୋପ୍ରିଏଟର ପ୍ରିୟବ୍ରତ ସାହୁଙ୍କୁ ଅନନ୍ତ ମିତ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା