କମ ଦରରେ କପା ବିକ୍ରି ହେଉଥିବାରୁ ଚାଷୀ ଅସନ୍ତୋଷ…

ଶେରଗଡ଼ (ସମୃଦ୍ଧ ଓଡିଶା) କରୋନା ଆତଙ୍କରେ ସମଗ୍ର ବିଶ୍ୱର ଜନ ସାଧାରଣ ଆତଙ୍କିତ ହୋଇଥିବା ବେଳେ କପା ଚାଷୀ ମାନଙ୍କର ଦୁଃଖ ବି ଏଥିରେ ସାମିଲ ହୋଇଛି । ସରକାରୀ ଦର ୫୮ ଟଙ୍କା ଥିବା ବେଳେ ମାତ୍ର ଶାଗ ମାଛ ଦର ଭଳି ମାତ୍ର ୩୧ ଟଙ୍କାରେ ବିକ୍ରି ହୋଇଛି କପା । ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକରେ ମଣ୍ଡି ନାହିଁ ବୋଲି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଶେରଗଡ଼ ବ୍ଲକରେ ୨ ଦୁଇ ଦିନ ହେଲା ଅସାଧୁକପା ବ୍ୟବସାୟୀମାନେ ୩୦ରୁ ୩୧ ଟଙ୍କା ଦରରେ କପା କ୍ରୟ କରିବାର ଦେଖିବାକୁ ମିଳିଛୁ । ଶେରଗଡ଼ ବ୍ଲକର ଲାଞ୍ଜିଆପଲି ଓ ଅଶୋକପୁରରେ କପା ମାତ୍ର ୩୦ ଟଙ୍କାରେ କ୍ରୟ କରିଥିବା ବେଳେ ଆଜି ନରେନ୍ଦ୍ରପୁର ରେ ମାତ୍ରା ୩୧ ଟଙ୍କା ରେ କପା କ୍ରୟ କରିଛନ୍ତି, ଫଳରେ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଗତବର୍ଷ ୪୫ରୁ ୪୮ ଟଙ୍କାରେ କପା ବିକ୍ରି ହୋଇଥିଲା ବେଳେ ଚଳିତ ବର୍ଷ ଜାନୁଆରୀ ମାସରୁ କପା ଅମଳ ହୋଇ ଘର ବାରଣ୍ଡାରେ ପଡ଼ି ରହିଥିଲା । ଲକ୍ ଡାଉନରେ କମ୍ପାନୀ ବନ୍ଧ ହେବା ଫଳରେ ବାହାର ଜିଲ୍ଲାରୁ ରାୟଗଡ଼ା, ସମ୍ବଲପୁର ଏବଂ ପଡ଼ୋଶୀ ଆନ୍ଧ୍ରରୁ ବେପାରୀ ଆସିନଥିଲେ ଫଳ ଲୋକ ମାନଙ୍କ ଆଶା ଆଶା ହିଁ ରହିଯାଇଥିଲା । ଶେରଗଡ଼ ଅଞ୍ଚଳରେ ଚାଷୀ ମାନଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଦାବି ହୋଉଛି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏକ କପାମଣ୍ଡି ଖୋଲା ଯାଉ, ଯଦି ଆଗାମୀ ଦିନରେ କପା ମଣ୍ଡି ଖୋଲା ନ ହୁଏ ତାହାଲେ ଚାଷୀ ଆଉ କପା ଚାଷ କରିବ ନାହିଁ ବୋଲି ସ୍ଥିର କରିଥିବା ଜଣାପଡିଛି । ଏ ସମ୍ପର୍କରେ ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।

ରିପୋର୍ଟ : ବିପ୍ଳବ ସେଠୀ