କମାପଲ୍ଲୀ ଦୋକାନରେ ଅଗ୍ନିକାଣ୍ଡରେ ୩ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ସହରର କମାପଲ୍ଲୀ ମୁଖ୍ୟ ରାସ୍ତାରେ ସୋମବାର ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ରାତି ପ୍ରାୟ ୧୧.୪୫ ଘଣ୍ଟା ସମୟରେ କମାପଲ୍ଲୀ ରୋଡ଼ ସ୍ଥିତ ଅମରନାଥ ନାମକ ଏକ ପୂଜା ସାମଗ୍ରୀ ଦୋକାନରେ କୌଣସି କାରଣ ବସତଃ ଅଗ୍ନିକାଣ୍ଡ ଘଟିଥିଲା । ଦୋକାନ ମଧ୍ୟରୁ ଧୂଆଁ ବହାରୁଥିବା ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲାଯେ ପୂଜା ସମଗ୍ରୀ ଦୋକାନଟି ସଂପୂର୍ଣ୍ଣ ପୋଡ଼ିଯାଇଥିଲା । ପୂଜା ସମଗ୍ରୀ ଦୋକନଟି ଉପର ମହଲାରେ ଥିବା ବେଳେ ସେଠାରୁ ନିଆଁ ତଳମହଲାରେ ଥିବା ବୈଦ୍ୟନାଥ ଇଲେକ୍ଟ୍ରିକାଲ ଷ୍ଟୋର ଏବଂ ମାଁ ମଙ୍ଗଳା ଆସୋସିଏଟସ୍ କୁ ବ୍ୟାପିଯାଇଥିଲା । ଦୋକାନରେ ବହୁ ପରିମାଣର ଗାଇ ଘିଅ ରହିଥିବାରୁ ନିଆଁ ଭୟଙ୍କର ରୂପ ନେଇଥିଲା । ବ୍ରହ୍ମପୁର ଅଗ୍ନିଶମ ବିଭାଗର ୩ ଟି ଗାଡ଼ି ସହ ୧୨ ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୧ ଘଣ୍ଟା ଉଦ୍ୟମରେ ନିଆଁକୁ ଲିଭାଇଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ଏହି ଅଗ୍ନିକାଣ୍ଡରେ ପ୍ରାୟ ୩ ଲକ୍ଷ ୮୦ ହଜାର ଟଙ୍କାର କ୍ଷୟକ୍ଷତି ହୋଇଥିବା ଅଗ୍ନିଶମ ବିଭାଗ ଏଏଫଓ ସନାତନ ମହାପାତ୍ର ସୂଚନା ଦେଇଛନ୍ତି ।

ରିପୋର୍ଟ:ନିମାଇଁ ଚରଣ ପଣ୍ଡା