ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶର ସ୍ୱାଧୀନତା ଆନ୍ଦୋଳନ ମଧ୍ୟରେ ଯେଉଁମାନେ ରାଜନୈତିକ ସ୍ୱାଧୀନତା ସଂଗେ ସଂଗେ ଅର୍ଥନୈତିକ ସ୍ୱାଧିନତା ଦାବି କରୁଥିଲେ ଏବଂ ଦେଶରେ ସାମ୍ୟବାଦ ଆସୁ ବୋଲି ଚାହଁଥିଲେ ସେମାନଙ୍କର ସ୍ୱପ୍ନ ଅଦ୍ୟାବଧି ପୂରଣ ହୋଇନି ବୋଲି ଆଜି ପୂର୍ବାହ୍ନରେ ଜଳେଶ୍ୱର ସିପିଆଇଏମ୍ ଲୋକାଲ କମିଟି ପକ୍ଷରୁ ଆୟୋଜିତ ୧୦୦ପୂର୍ତ୍ତ ପ୍ରତିଷ୍ଠା ଦିବସ ସଭାରେ ଯୋଗ ଦେଇ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଆଞ୍ଚଳିକ କମିଟି ସଭାପତି ଦିଲ୍ଲିୀପ କୁମାର ଗିରିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ସରପଂଚ ଦିଲ୍ଲିପ ପରିଡା, ଦୀପ୍ତିମାନ ଆଚାର୍ଯ୍ୟ, ରବିନ୍ଦ୍ର ବାରିକ, ଜୀବନ ପରିଡା, ପଲ୍ଟୁ ଦାସ, ନିଖିଲ ଜେନା, ମଦନ ମହାଲି, ରତନ ଦାସ, ଗଣେଶ ଜେନା, ଭାଗବତ ପ୍ରଧାନ, ଗଣେଶ ଭୂୟାଁ, ରାମଚନ୍ଦ୍ର ଦେ, ଯତିନ୍ ଜେନା, ଲକ୍ଷ୍ମୀଧର ପଲାଇ, ଅକ୍ଷୟ ଜେନା, ସେକ୍ ସାଦ୍ଦିକ, ଚୈତନ୍ୟ ଅଣ୍ଡିଆ, ସେକ୍ ମଙ୍ଗଲୁ, ମିଟିକା ପଲାଇ, ସେକ୍ ନଜମୁଦ୍ଦିନ, ଅବଦୁଲ ଜିଲାନି ଖାଁ, ଆଇନ୍ଜିବୀ ପ୍ରକାଶ ଦେ, ବଂକିମ ବିଶ୍ୱାଳ, ଗଣେଶ ପାତ୍ର, ଚନ୍ଦନ ଶତପଥି, ବସନ୍ତ ପ୍ରଧାନ, ଅଶ୍ୱିନୀ ପ୍ରଧାନ ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇ ଦେଶରେ ସାମ୍ପ୍ରଦାୟିକ ବିଭଜେନ କରିବାରେ ଯେପରି ହୀନ ପ୍ରଚେଷ୍ଟା ଚାଲିଛି ତାହାକୁ କଠୋର ଭାଷାରେ ନିନ୍ଦା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା