କରୋନା ଆତଙ୍କ ଓ ହାତୀ ଉପଦ୍ରବ : ଷଣ୍ଢୁଆସୀ ଆକ୍ରମଣରେ ରାଇବଣିଆବାସୀ ଆତଙ୍କିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ବିଶ୍ୱରେ କରୋନା ମହାମାରୀ ବ୍ୟାପିଥିବା ବେଳେ ଲକ୍‌ଡାଉନ୍ ଭଳି ଆଇନ୍ ଯୋଗୁଁ ରାଇବଣିଆରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଅନ୍ୟପକ୍ଷରେ ଗତ କିଛିମାସ ଧରି ଝାଡଖଣ୍ଡି, ପଶ୍ଚିମବଙ୍ଗର ଦଲମା ଓ ସିମିଳିପାଳ ହାତୀର ଆକ୍ରମଣ ଓ ବ୍ୟାପକ କ୍ଷତିରେ ରାଇବଣିଆବାସୀ ପ୍ରମାଦ ଗଣୁଛନ୍ତି । କ୍ଷତି ବଡିଚାଲିଥିବା ବେଳେ ବନବିଭାଗର ଉଦାସୀନତା ରାଇବଣିଆ ଭଳି ଆଦିବାସୀ ଅଧ୍ୟୁସୀତ ଅଂଚଳ ଭୟ ଓ ଆତଙ୍କରେ ଦିନ କାଟୁଛନ୍ତି । କରୋନା ଯୋଗୁଁ ଗାଁ ଦାଣ୍ଡ ମନା ଥିବା ବେଳେ ବିଲରେ ହାତୀର ପାଚିଲାଧାନ କ୍ଷତି ଚାଷୀ ଦୁର୍ଦ୍ଦଶାକୁ ବଢାଇ ଦେଇଛି । ୫/୬ଟି ହାତୀ ଗତ ୫/୬ ଦିନ ଧରି କନ୍ଦଡା ଜଙ୍ଗଲରେ ରହୁଥିବା ବେଳେ ରାତିରେ ସର୍ଦ୍ଦାରବନ୍ଧ, ଶ୍ୟାମନଗର, ଖୁଆଡ, ବରଡିହା, କଳମା, କାଳିକ, ପଞ୍ଚାୟତର କ୍ଷତି କରୁଥିବା ବେଳେ ଗତ ରାତ୍ରିରେ ଚମାରଗାଁ ପଂଚାୟତର କନକାଇ ଗ୍ରାମାଂଚଳରେ ବ୍ୟାପକ କ୍ଷତି ଘଟାଇଛି । ହାତୀ ଗୁଡିକ ଦଳ ଦଳ ହୋଇ ବୁଲୁଥିବାରୁ ଗତ ୨ ଦିନ ମଧ୍ୟରେ କୁମୁଚିଆ ଠାରେ ଥିବା ଏକ ଘରୋଇ ଉଠାଜଳସେଚନ ପ୍ରକଳ୍ପର ଘାର ଓ ରଂଗାମାଟିଆଠାରେ ଥିବା ଏକ ସରକାରୀ ଉଠା ଜଳସେଚନ ପ୍ରକଳ୍ପର ଘରକୁ ଭାଙ୍ଗି ଦେଇଥିବା ଜଣାଯାଇଛି । ଧାନ ପାଚିବାକୁ ଯାଉଥିବାରୁ ହାତୀ ଧାନ ଖାଇବା ସହ ଧାନ କେଣ୍ଡା ଖାଇ ଦଳି ଚକଟି ପକାଉଛି । ସାରମୂଳା, କୁମୁଚିଆ, କନକାଇ ବିଲରେ ଗତ ରାତିରେ ଏପରି କ୍ଷତି ଅଧିକ ଘଟାଇଥିବାରୁ କନକାଇ ଗାଁର ଜୟନ୍ତ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ବହୁ କୃଷକ ବାଲେଶ୍ୱର ଡିଏଫଓ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କନକାଇ ଗାଁର କେତେକ ଗଛ ନଷ୍ଟ କରିବା ସହ ମୃତ୍ୟୁଞ୍ଜୟ ବେହେରା, ସୁଧାଂଶୁ ସେଖର ଦାସ, ଆଶିଷ ଦାସ, ହରିହର ସିଂହ ପ୍ରମୁଖଙ୍କ ବାଲଡି ଘରେ ହାତୀ କ୍ଷତି ଘଟାଇଥିବା ସେମାନେ କହିଛନ୍ତି । ହାତୀ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ସେମାନେ ନିବେଦନ କରିଛନ୍ତି ।


ରିପୋର୍ଟ : ଭୂପତି କୁମାର ପରିଡା