କରୋନା ଭାଇରସ ରୋକିବାକୁ ହେଲେ ପ୍ରଥମେ ସରକାର ମଦ ଦୋକାନ ଓ ରେଷ୍ଟୁରାଣ୍ଟ ବନ୍ଦ କରନ୍ତୁ : ରବିରଥ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଖେଳିଯାଇଥିବା ବେଳେ ଦେଶ,ରାଜ୍ୟ ଓ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ ସହ ବ୍ୟାପକ ପଦକ୍ଷେପମାନ ନିଆ ଯାଇଛି । ଏପରିକି ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ସପିଂମଲ, ଦୋକାନ ବଜାର,ତାରାତାରିଣୀ ଯାତ୍ରା , ଦଣ୍ଡନାଚ ଆଦି ବନ୍ଦ କରାଯାଇଛି ଏହା ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି କିନ୍ତୁ ଦୁର୍ଭାଗ୍ୟର କଥା ଯେଉଁଠାରେ ପ୍ରବଳ ଜନ ଗହଳି ହେଉଛି ସେଠାରେ କୌଣସି ନିୟମ ଲାଗୁ କରା ଯାଇ ନାହିଁ। ଅର୍ଥାତ୍‌ ଗଞ୍ଜାମ ଜିଲାର ବ୍ରହ୍ମପୁର ସହର ସମେତ ବିଭିନ୍ନ ସ୍ଥାନରେ ଚାଲିଥିବା ଦେଶୀ, ବିଦେଶୀ ମଦ ଦୋକାନ, ରେଷ୍ଟୁରାଣ୍ଟ ବନ୍ଦ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରା ଯାଇ ନାହିଁ । ତେଣୁ ଗଞ୍ଜାମ ଜିଲାପାଳଙ୍କୁ ଅନୁରୋଧ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେକରୋନା ଭାଇରସ ବ୍ୟାପିବା ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସମାଜସେବୀ ରବିରଥ ଦାବୀ ଜଣାଇଛନ୍ତି । ଏ ଦିଗରେ ଉଚିତ ପଦକ୍ଷେପ ଗ୍ରହଣକରିବେ ବୋଲି ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ରବି ରଥ ଜିଲା ପ୍ରଶାସନ ଠାରେ ଅନୁରୋଧ କରିଛନ୍ତି ।

ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ରବି ରଥ