

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସହରର ରେଲୱେ ଷ୍ଟେସନଠାରେ ରୋଟାରି କ୍ଲବ ଓ ସଂଗ୍ରାମ ସ୍ପୋର୍ଟସ କ୍ଲବ ମିଳିତ ଆନୁକୂଲ୍ୟରେ “କରୋନା” ଭାଇରସରୁ ନିଜକୁ ଦୁରେଇ ରଖିବା ପାଇଁ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ସର୍ବସାଧାରଣଙ୍କୁ ନିଜ ହାତକୁ ସଫା ରଖିବା ନିମନ୍ତେ ସଚେତନ ସୃଷ୍ଟି କରାଇଛନ୍ତି । ଏହାସହ ଷ୍ଟେସନକୁ ଆସୁଥିବା ଏବଂ ରେଳରୁ ଓହ୍ଲାଉଥିବା ଯାତ୍ରୀମାନଙ୍କୁ ସଚେତନ କରାଇବା ସହ ସେମାନଙ୍କୁ ହାତ ଧୋଇବାକୁ ସାନିଟାଇଜର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ଛତ୍ରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀ ପ୍ରମୁଖ ଅଂଶ ଗ୍ରହଣ କରି ଯାତ୍ରୀମାନଙ୍କୁ ସଚେତନ କରାଇବା ସହ ଲିଫଲେଟ ବଣ୍ଟନ କରିଥିଲେ । ଏହାସହ ରେଳଷ୍ଟେସନ ପରିସରକୁ ପରିସ୍କାର ପରିଚ୍ଛନ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ରୋଟାରୀ କ୍ଳବ ସଭାପତି ନିରଂଜନ ପାତ୍ର, ସମ୍ପାଦକ ପ୍ରସନ୍ନ କୁମାର ପତି, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସୁରଜିତ ସାମନ୍ତରାୟ, ସ୍ଵାଗତିକା ସାମନ୍ତରାୟ, ଓକେସିଏଲର ଗଞ୍ଜାମ ଜିଲ୍ଲା ମୁଖ୍ୟ ଏସ. ରେଖା ମହାନ୍ତି, ଆର.ଯୋଗେଶ୍ଵର, ଏନ.ଗିରିଧର ରାଓ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପୋଡାପଦର ସରପଞ୍ଚ ପିତାମ୍ବର ପଣ୍ଡା, ପରିମଳ ନିରୀକ୍ଷକ ଗୌରହରି ପଣ୍ଡା, ଯୁଗଳ କିଶୋର ଦାସ, କୃଷ୍ଣ ଚନ୍ଦ୍ର ମହାପାତ୍ର, ସୂର୍ଯ୍ୟନାରାୟଣ ପାତ୍ର, ଷ୍ଟେସନମାଷ୍ଟର ଏନ.କେ ପ୍ରଧାନଙ୍କ ସମେତ ଆରପିଏଫ କର୍ମଚାରୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

