

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ବିଧାୟକ ସୁଧୀର କୁମାର ସାମଲ ଜୋରନ୍ଦା ମଂହିମା ଗାଦିର ବଡ଼ ମଠ, ସାନ ମଠ ଓ ମାତା ମଠ ଆଦି ମଠରେ ଚାଉଳ, ଡାଲି, ତେଲ, ଆଳୁ ଇତ୍ୟାଦି ପ୍ରଦାନ କରିବା ସହ ଏହି ତିନୋଟି ମଠକୁ ୧୩ହଜାର ଟଙ୍କା ଲକଡାଉନ ବେଳେ ବିଭିନ୍ନ ଖର୍ଚ୍ଚ କରିବା ପାଇଁ ଦେଇଥିଲେ ଏବଂ କିଛି ମାସ୍କ ବଣ୍ଟନ କରିଥିଲେ । ଏହି ମଠ ଗୁଡିକୁ ପରିଦର୍ଶନ କରି ବାବାମାନଙ୍କ ସହିତ ମଠର ବିଭିନ୍ନ ଉନ୍ନତି ନେଇ ଆଲୋଚନା କରିଥିଲେ । ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୁତାଣୁ ସଂକ୍ରମଣର ଲୋପ ପାଇଁ ଅଖଣ୍ତ ଦୀପ ପ୍ରଜ୍ୱଳନ କରିଥିଲେ ।
ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା
