


ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା)ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୁତାଣୁ ସଂକ୍ରମଣ ପ୍ରତି ସଚେତନ ରହି ପ୍ରତିକାର ମୂଳକ ସାବଧାନତା ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ପ୍ରାକୃତିକ ବିପର୍ଯୟକୁ ସାମ୍ନା କରିବାକୁ ହେଲେ ରାଜ୍ୟ ତଥା ଦେଶବାସୀ ଭୟଭୀତ ନ ହୋଇ ଧୈର୍ଯ୍ୟ ଓ ସାହସର ସହ ବିଶ୍ୱ ମହାମାରୀ ‘କରୋନା’ ବିରୋଧରେ ମୁକାବିଲା କରିବାକୁ ପଡ଼ିବ ବୋଲି ସେମାନେ କହିଛନ୍ତି ।‘କରୋନା’ ସମଗ୍ର ମାନବ ଜାତିକୁ ସଙ୍କଟରେ ପକାଇଛି ଓ ଏହା ବିଶ୍ୱଯୁଦ୍ଧଠାରୁ ଭୟଙ୍କର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ‘କରୋନା’ ଭାଇରସକୁ ପ୍ରତିହତ କରିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ଲୋକଙ୍କୁ ବ୍ୟାପକ ସଚେତନତା କରିବାକୁ ହେବ । ଯୁବପିଢି, ରାଜନୈତିକ କାର୍ଯ୍ୟକର୍ତ୍ତା, ଗଣମାଧ୍ୟମ ଓ ସରକାରୀ କର୍ମଚାରୀ ଏହାକୁ ପ୍ରାଧାନ୍ୟ ଦେଇ ସମସ୍ତେ ସାମ୍ନା କରିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି । ବିଦେଶରୁ ଓଡ଼ିଶାକୁ ଫେରୁଥିବା ବନ୍ଧୁମାନେ ସରକାରୀ ବ୍ୟବସ୍ଥା ଅନୁସାରେ ନିଜକୁ ପଞ୍ଜିକୃତ କରିବା ସହ ଡାକ୍ତରୀ ପରାମର୍ଶ ଅନୁସାରେ ସଂକ୍ରମଣର ଲକ୍ଷଣ ଥିଲେ ନିଜକୁ କ୍ୱାରେଟାଇନ ବା ଅନ୍ୟମାନଙ୍କଠାରୁ ଦୂରରେ ରଖିବା ଜରୁରୀ ବୋଲି ପରାମର୍ଶ ଦିଆଯାଇଛି ।ଡାକ୍ତର ବା ବିଶେଷଜ୍ଞଙ୍କ କହିବାନୁସାରେ ଥଣ୍ଡା, ଜ୍ୱର, କାଶ ଭଳି ଲକ୍ଷଣ ଦେଖାଗଲେ ଲୋକମାନେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ । ସେହିପରି ଲୋକଙ୍କୁ ଧାର୍ମିକ, ବିବାହ ଉତ୍ସବ ସମେତ ଭିଡ଼ ଅଞ୍ଚଳରେ ଦୂରତା ଅବଲମ୍ୱନ କରିବା ଦରକାର ବୋଲି ସେମାନେ ପରାମର୍ଶ ଦେଇଛନ୍ତି । ଗତକାଲି ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଯେ ଆସନ୍ତା ରବିବାର ଦେଶର ପ୍ରତ୍ୟେକ ଲୋକ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରେ ରହି ‘ଜନତା କର୍ଫ୍ୟୁ’କୁ ସଫଳ କରିବାକୁ ହେବ ।”ସେଥିପାଇଁ ଯାତ୍ରୀବାହୀ ଗାଡି ମୋଟର ରେଳ ଚଳାଚଳ ଉପରେ ମଧ୍ୟ ପ୍ରଭାବିତ କରାଯାଇଛି । ‘କରୋନା’ ମୁକାବିଲା ପାଇଁ ଓଡ଼ିଶାରେ ସରକାରଙ୍କ ପଦକ୍ଷେପକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁୟସୀ ପ୍ରଶଂସା କରିଛନ୍ତି।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


