




ଢେଙ୍କାନାଳ(ସମୃଦ୍ଧ ଓଡିଶା )ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ରାସାୟନିକ ବିଶୋଧକ ସିଞ୍ଚନ ପ୍ରକ୍ରିୟା ଆରମ୍ଭ କରିଛି। ପ୍ରଥମେ ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ ପରିସରରୁ ଏହି ସିଞ୍ଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଢେଙ୍କାନାଳ ଜିଲ୍ଲାପାଳ ଭୁପେଶ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଢେଙ୍କାନାଳ ପୌରାଞ୍ଚଳରେ ଏହା ଆରମ୍ଭ କରାଯାଇଛି । ପୌରାଞ୍ଚଳର ବିଭିନ୍ନ ଦପ୍ତର , ଡାକ୍ତରଖାନା ,ବଜ଼ାର ପରିସର , ରାସ୍ତା ଆଦିରେ ଏହି ରାସାୟନିକ ବିଶୋଧକ ଆଗାମୀ ୧୫ ତାରିଖ ଯାଏଁ COVID-19କୁ ସମ୍ପୂର୍ଣ ପ୍ରତିହତ ପାଇଁ ସିଞ୍ଚନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଯାଇଛି । ଏହା ସିଞ୍ଚନ ବେଳେ ଜିଲ୍ଲାପାଳଙ୍କ ସମେତ ପୌର ପରିଷଦ ନିର୍ବାହୀ ଅଧିକାରୀ ,ସହକାରୀ ଅଗ୍ନି ନିରାପତ୍ତା ଅଧିକାରୀ ଓ ବିଭାଗୀୟ ଅନ୍ୟାନ୍ୟ କର୍ମଚାରୀ ମାନେ ପୂର୍ଣ ସହଯୋଗ କରୁଥିବା ଜଣା ପଡିଛି ।
ରିପୋର୍ଟ : ଶୁଭମ ପାଣି