କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ପାରଳା ପୋଲିସ ପକ୍ଷରୁ ମାକ୍ସ ବଣ୍ଟନ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଖେମୁଣ୍ଡି ସହରର ମୁଖ୍ୟ ବଜାର ଛକ ଠାରେ ଆଜି ପାରଳା ପୋଲିସ ପକ୍ଷରୁ ମାକ୍ସ, ସାନାଟରାଇଜ, ଵିସ୍କେଟ, ପାନୀୟ ଜଳ ବଣ୍ଟନ କରିଥିଲେ । ସହରର ଗରିବ ଓ ବୟସ୍କ ଲୋକେ, ମାକ୍ସ ନପିନ୍ଧିବା ଦେଖି ପାରଳା ପୋଲିସ ତରଫରୁ ଏକ ପଦକ୍ଷେପ ନେଇ ସମସ୍ତଙ୍କୁ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ ତେଣୁ ତୁରନ୍ତ ସେମାନଙ୍କୁ ଆଜି ମାକ୍ସ ପିନ୍ଧାଇ ସଚେତନ କରୁଥିଲେ ଓ ସାମାଜିକ ଦୂରତା ରହିବା ପାଇଁ ନିବେଦନ କରିଥିଲେ । ସାମାଜିକ ସଚେତନା କୋବିଡ଼୧୯ କାର୍ଯ୍ୟକ୍ରମକୁ ସହରର ପ୍ରତେକ ପରିବାର ପାଖରେ ପହଁଞ୍ଚେଇବା ମାକ୍ସର ବ୍ୟବହାର ସାମାଜିକ ଦୂରତା ୬ଫୁଟ ବ୍ୟବଧାନରେ ରହିବା, ହାତ ଧଇବା ଏହିଭଳି ସଚେତନ କରାଯାଇଥିଲା । ଏହି ସଚେତନା ଓ ବଣ୍ଟନ କାର୍ଯ୍ୟକ୍ରମଟି ପାରଳା ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ଵାଇଁଙ୍କ ନେତୃତ୍ୱରେ ଅନ୍ୟ ପୋଲିସ ଅଫିସର ମାନଙ୍କ ମଧ୍ୟରେ ସୁନୀଲ ଦଳାଇ, ଭୋଳନାଥ ପଣ୍ଡା, ଦିବାକର ପ୍ରଧାନ ପ୍ରମୁଖ ଉପସ୍ଥିତି ଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା