କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଦିଗରେ ଜନପ୍ରତିନିଧିମାନଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା…

ଛତ୍ରପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଗତ ୭ ତାରିଖ ଦିନ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦେଇଥିବା ଚିଠି ଅନୁସାରେ ଗଞ୍ଜାମ ଜିଲ୍ଲାପାଳ ଆଜି ଗଞ୍ଜାମର ସମସ୍ତ ସାଂସଦ, ବିଧାୟକ, ମନ୍ତ୍ରୀ ଓ ବାଚସ୍ପତିଙ୍କୁ ନେଇ ଏକ ଭିଡ଼ିଓ କନଫରେନ୍ସ ଆୟୋଜନ କରି କରୋନା ଭୁତାଣୁ ସଂକ୍ରମଣ କୋଭିଡ-୧୯ ସଂକ୍ରାନ୍ତେ ମହତ୍ୱ ପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ସମସ୍ତ ସାଂସଦ, ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ନିଜ ନିଜ ମତ ଦେଇଥିଲେ ଓ ସେସବୁ ବିଷୟରେ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ କହିଥିଲେ । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ରାସନକାଡ ଥିବା ଲୋକଙ୍କୁ ରାସନ ଦିଆଯାଉ ଓ ସମସ୍ତ ସହଯୋଗର ହାତ ବଢାଇଲେ ମୁକାବିଲା କରିବା ସମ୍ଭବ ହୋଇପାରିବ । ଆଉ ଏକ ପ୍ରସ୍ଥାପ ଦେଇ କହିଲେ ସମସ୍ତ ସହମତିରେ କର କମିଟିର ଗଠନ କରାଯାଉ । ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା କରି କହିଲେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲ ପ୍ରତିନିଧି ନିମାଇଁ ଚରଣ ପଣ୍ଡା