କରୋନା ଭୟରୁ କରୁଣ ଦୃଶ୍ୟ : ପଟା ରିକ୍ସାରେ ବୁହାଗଲା ଶବ…

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ଅଞ୍ଚଳରେ କରୋନା ଭୟ । ସାଧାରଣ ରୋଗରେ ମୃତ୍ୟୁ ବରଣ କଲେ ମଧ୍ୟ କରୋନା ଭୟରେ ଶବ ଉଠାଇବାକୁ ମିଳୁ ନାହିଁ ଚାରିଗୋଟି କାନ୍ଧ । ଶବ ପଟା ରିକ୍ସାରେ ବୋଝେଇ ହୋଇ ଯାଉଛି ମାଶାଣି ଭୂମିକୁ । କରୋନା ସନ୍ଦେହରେ ଶବକୁ ଛୁଇଁବା ଦୂରର କଥା ଦେଖିବାକୁ ମଧ୍ୟ ଯାଉ ନାହିଁନ୍ତି ରକ୍ତ ସମ୍ପର୍କର ଭାଇ ଭଉଣୀ, ଦାଦା ଖୁଡି ପ୍ରଭୃତି । ଏହିପରି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା ବୁଗୁଡା ସହରରେ । ପରିବାରର ପୁରୁଷ ଲୋକଙ୍କ ସାଥିରେ ପଟା ରିକ୍ସାରେ ଶବ ବୁହା ହୋଇ ଗଲା ଶ୍ମଶାନ ଭୂମିକୁ । ଅବଶ୍ୟ ଏହିପରି ଘଟଣା ପୂର୍ବରୁ ମଧ୍ୟ ଘଟିଛି ବୁଗୁଡା ସହରରେ । ସୋମବାର ଦିନ ବୁଗୁଡା ସହରରେ ସାଇ ରାମ ହୋଟେଲର ମାଲିକ ୟୁ.ସନ୍ୟାସି ପାତ୍ର ପାଞ୍ଚ ଛଅ ଦିନ ହେଲା ଜ୍ୱର ରୋଗରେ ପୀଡିତ ଥିବା ବେଳେ ଆଜି ମୃତ୍ୟୁ ମୁଖରେ ପଡ଼ିଥିଲେ । ମୃତ୍ୟୁ ବରଣ ପରେ ପରିବାର ଲୋକେ ରକ୍ତସମ୍ପର୍କ ବଂଶ ଭାଇମାନଙ୍କୁ ସନ୍ୟାସୀଙ୍କ ମର ଶରୀରକୁ ଶ୍ମଶାନକୁ ନେବାକୁ ଡାକିଥିଲେ ମଧ୍ୟ କେହି ଆସିନଥିଲେ । ଫଳରେ ପରିବାର ଲୋକେ ପଟା ରିକ୍ସାରେ ଶବକୁ ଶ୍ମଶାନକୁ ନେଇ ସଂସ୍କାର କରିଥିଲେ । କରୋନା ଭୟ ଆଜି ନିଜ ଲୋକମାନଙ୍କୁ ମଧ୍ୟ କରି ଦେଇଛି ପର ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା