ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ କଙ୍କଡ଼ାହାଡ଼ ପଞ୍ଚାୟତର ମୁଣ୍ଡା ତଇଲା ସାହିର ଅଖୟ ସିଂହଙ୍କ ୮ ଦିନ ପୂର୍ବରୁ ଦେହ ଅସୁସ୍ତ ଥିଲା । କିନ୍ତୁ ତାଙ୍କ ସାହିର ଲୋକମାନେ ପାଣି ଟୋପାଏ ଦେଉ ନାହାନ୍ତି କି ତାଙ୍କ ପରିବାର ଲୋକେ ମଧ୍ୟ ମହାମାରୀ କରୋନାକୁ ଡରି କି ତାଙ୍କୁ ପଚାରୁନାହାନ୍ତ । ଫଳରେ ସେ ୮ ଦିନ ହେଲା ଭୋକ ଉପାସରେ ଗୋଟିଏ ଚାଳ ଘରେ ପଡ଼ି ରହିଛନ୍ତି । ବଡ଼ ଦୁଃଖର ବିଷୟ କଙ୍କଡ଼ାହାଡ଼ ପଞ୍ଚାୟତର ସରପଞ୍ଚ ହୃଦାନନ୍ଦ ବେହେରା ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଥିଲେ କିନ୍ତୁ ତାଙ୍କ ପରିବାର ଲୋକେ କରୋନାକୁ ଡରି କି ସେଥିରେ ଯିବାକୁ ସିଧ୍ୟାସଳଖ ମନା କରି ଦେଇଥିଲେ । ଫଳରେ ଏହି ଖବର ପାଇ ସରପଞ୍ଚ ହୃଦାନନ୍ଦ ବେହେରା ସେଠାରେ ପହଞ୍ଚି ଅଖୟ ସିଂହଙ୍କୁ ଖାଇବା ପାଇଁ ଦେଇଥିଲେ ଏବଂ ସେ ତାଙ୍କ ପରିବାରଙ୍କୁ କହିଥିଲେ କି ଯଦି ତାଙ୍କୁ ଯଥାଶୀଘ୍ର ହସ୍ପିଟାଲକୁ ସ୍ଥାନାନ୍ତରିତ ନ କରାଯାଏ ତେବେ ତାଙ୍କ ଦେହ ଆହୁରି ଅସୁସ୍ଥ ହେବାର ସମ୍ଭାବନା ରହିଛି । ଏହାସହ ହସ୍ପିଟାଲକୁ ନେବା ପାଇଁ ବହୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି ସରପଞ୍ଚ । ସମସ୍ତେ ସିଧାସଳଖ ସରପଞ୍ଚଙ୍କୁ ସାହାଯ୍ୟ କରିବାକୁ ମନା କରି ଦେଇଛନ୍ତି ବୋଲି କୁହାଯାଇଛି । ତେଣୁ ଏଥିପ୍ରତି କର୍ତ୍ତୃପକ୍ଷ ହସ୍ତକ୍ଷେପ କରିବାକୁ ଦାବି ହୋଇଛି ।
ରିପୋର୍ଟ : ଶୁଭମ ପାଣି