ଛତ୍ରପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମର ପୁରୁଣା ବ୍ରହ୍ମପୁର ସ୍ଥିତ ପ୍ରହଲ୍ଲାଦ ନଗର ଦ୍ୱିତୀୟ ଗଳିରେ ଦେଖିବାକୁ ମିଳିଛି ଏକ ବିସ୍ମୟକର ଘଟଣା l ଆଜି ୨୭ ତାରିଖ ସୋମବାର ଦିନ ପ୍ରହଲ୍ଲାଦ ନଗରର ବାସିନ୍ଦା ମନୋଜ ପ୍ରହରାଜ ମଧୁମେହରେ ପୀଡିତ ଥିଲେ l ତାଙ୍କ ଘର ଲୋକେ ୧୦୮କୁ ଫୋନ କରିଥିଲେ, ଆମ୍ବୁଲାନ୍ସଟି ଘର ପାଖରେ ପହଞ୍ଚିଥିଲା କିନ୍ତୁ ସେହି ରୋଗୀକି କରୋନା ସଂକ୍ରମଣ ହୋଇଛି ବୋଲି ସନ୍ଦେହ କରି ୧୦୮ ଆମ୍ବୁଲାନ୍ସରେ ଆସିଥିବା ଷ୍ଟlପମାନେ ଆମ୍ବୁଲାନ୍ସସହ ଫେରିଗଲେ l ରୋଗୀର ନାବାଳକ ପୁଅ କେତେ ନେହୁରା ହେଲା ମାତ୍ର କରୋନା ସଂକ୍ରମଣ ଭୟରେ ଆମ୍ବୁଲାନ୍ସଟି ଫେରି ଗଲା l ଘଟଣା ସ୍ଥଳରେ ମନୋଜ ପ୍ରହରାଜଙ୍କ ଜୀବନ ଚାଲିଗଲା l କେତେ ନିଷ୍ଠୁର ଏହି ମାନବ। ଦୁଇ ଜଣ ଛୁଆ ବାପ ଛେଉଣ୍ଡ ହୋଇଗଲେ । ଗୋଟେ ସ୍ତ୍ରୀର ସିନ୍ଦୁର ଲିଭିଗଲା । ଉଜୁଡି ଗଲା ସୁନାର ସଂସାର । କୂଳହରା ହୋଇଗଲା ଗୋଟିଏ ସୁଖୀ ପରିବାର। କରୋନା ନେଇନି ଏହି ପିଲାର ବାପାର ଜୀବନ । ଏଠି ଜୀବନ ନେଇଗଲା ପ୍ରଶାସନର ଦିଗହରା ନିୟମ ଓ କଟକଣା । ଆମ୍ବୁଲାନ୍ସ ଆସିବା ସତ୍ତ୍ୱେ ମଧ୍ୟ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିବା ମନୋଜ ପ୍ରହରାଜଙ୍କୁ କରୋନା ହୋଇଥିବା ସନ୍ଦେହ କରି ପାଖତଡ଼ ମାରିଲେ ନାହିଁ କର୍ମଚାରୀ । ଆଉ ଏମିତି ଭାବେ ଚାଲିଗଲା ଗୋଟେ ସୁଖ ସଂସାର ଡଙ୍ଗାର ନାଉରୀର ଜୀବନଟିଏ । ଆପଣ କୁହନ୍ତୁ ଏଠି ଭୁଲ କାହାର ? ରୋଗ ନା ପ୍ରଶାସନର ଏଭଳି ନିୟମ ? ସେପଟେ ସରକାର ବିଭିନ୍ନ ଯୋଜନ କରୁଥୁଲେ ସୁଦ୍ଧା ଏଠି କାଯ୍ୟକାରି ହେଉନାହିଁ ସମାଜ ସେବା l କାଗଜ କଲମରେ ସୀମିତ, ଆମ୍ବୁଲାନ୍ସ ଲୋକଙ୍କ ଅର୍ଥରେ କିଣାଯାଇଛି, ଲୋକମାନଙ୍କ ସେବା ପାଇଁ, ହେଲେ ଏଠି ଆମ୍ବୁଲାନ୍ସ କାହା ପାଇଁ ? ରୋଗି ପାଇଁ ନାଁ ସହରରେ ବୁଲିବା ପାଇଁ ? ଏଠି ଆମେ କହିପାରିବl ମାନବିକତା ସରିଯାଇଛି କର୍ମଚାରୀ ମାନଙ୍କର l ଭଗବାନ ନିଶ୍ଚୟ ଏ କଥା ବୁଝିବେ ବୋଲି ବୁଦ୍ଧିଜୀବୀ ମହଲ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା