ବେଗୁନିଆପଡା (ସମୃଦ୍ଧ ଓଡିଶା) ନାରୀ ଶକ୍ତିର ଅପୁର୍ବ ନିଦର୍ଶନ । କରୋନା ଯୁଦ୍ଧରେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ । କରୋନା ଭୁତାଣୁ ସଂକ୍ରମଣ ମୁକାବିଲା ଲାଗି ଗାଁ ଗାଁ ରେ କାମ କରୁଛନ୍ତି ମହିଲା ସ୍ୱୟଂ ସହାୟିକା ଗୋଷ୍ଠୀ । ଗରିବ ଅସହାୟଙ୍କୁ ରୋଷେଇ କରି ଖାଦ୍ୟ ଦେବାଠୁ ଆରମ୍ଭ କରି ଲୋକଙ୍କୁ ସଚେତନ କରାଇବା ଏବଂ ମାସ୍କ ତିଆରି କରିବାରେ ସବୁଠି ଆଗରେ ମହିଲା ସ୍ୱୟଂ ସହାୟିକା ଗୋଷ୍ଠୀ ରହିଛି । ଏ ସବୁ ସହିତ ବେଗୁନିଆପଡା ବ୍ଲକର ୧୧୦୪ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀ ଆଉ ପାଦେ ଆଗକୁ ଯାଇ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତରା ହାତ ବଢ଼ାଇଛନ୍ତି । ବେଗୁନିଆପଡା ବ୍ଲକର ୨୩ ଗୋଟି ପଞ୍ଚାୟତର ୧୧୦୪ ସ୍ୱୟଂ ସହାୟିକ ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୧୫୦୦୦ (ଏକ ଲକ୍ଷ ପନ୍ଦର ହଜାର) ଟଙ୍କାର ଚେକ ବିଡ଼ିଓ ଦେବବର ପ୍ରଧାନଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏହି ଚେକ ପ୍ରଦାନ ବେଳେ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ବ୍ଲକ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ହରପ୍ରସାଦ ବିଷୋୟୀ