କରୋନା ଯୋଦ୍ଧା ଏଏସଆଇ ପି.ରାଭାଣାଙ୍କୁ ସମ୍ମାନୀତ କଲେ ଅଞ୍ଚଳବାସୀ…

ରାୟଗଡା (ସମୃଦ୍ଧ ଓଡିଶା) ମହାମାରୀ କରୋନା ମୁକାବିଲାରେ ଅତି ଗୁରୁତ୍ୱ ପୂର୍ଣ୍ମ ଭୂମିକା ନିର୍ବାହ କରୁଥିବା ସ୍ୱାସ୍ଥ୍ୟକର୍ମୀ, ପୋଲିସ, ପୌରପାଳୀକା କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ଦେଶବାସୀଙ୍କ ଶୁବେଚ୍ଛାର ଶୁଅ ଛୁଟିଛି । ନିଜ କର୍ତ୍ତବ୍ୟ ପାଳନ କରିବା ସକାଶେ ପରିବାର ଓ ସମ୍ପର୍କିୟଙ୍କଠାରୁ ଦୂରରେ ରହି ଦେଶବାସୀଙ୍କୁ ଅବିରତ ସେବା ଯୋଗାଉଥିବା ସୁରକ୍ଷା କର୍ମୀ ଓ ସ୍ୱାସ୍ଥ୍ୟ କର୍ମଚାରୀ କରୋନା ମହାମାରୀ ମୁକାବିଲାରେ ନିଜର ଗୁରୁତ୍ୱ ପୂର୍ଣ୍ଣ ଅବଦାନ ଦେଇଥିବାରୁ ସାମ୍ପ୍ରତ୍ତିକ ସମୟରେ କରୋନା ଯୋଦ୍ଧା ରୂପେ ସମଜରେ ସେ ଅଭିୟିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡା ଟାଉନ ଥାନାରେ କାର୍ଯ୍ୟରତ ଏଏସଆଇ ପି.ରାଭାଣା ଅଞ୍ଚଳବାସୀଙ୍କ ମଧ୍ୟରେ କରୋନା ଯୋଦ୍ଧା ରୂପେ ପରିଗଣିତ ହେଉଛନ୍ତି । କର୍ତ୍ତବ୍ୟନିଷ୍ଠା ବ୍ୟକ୍ତିତ୍ୱ, ଲୋକଙ୍କୁ ସାହାର୍ଯ୍ୟ କରିବା ମନବୃତ୍ତି ଓ ସର୍ବୋପରି ଜଣେ ଦକ୍ଷ ପୁଲିସ ଅଧିକାରୀ ରୂପେ ରାୟଗଡା ସହରାଞ୍ଚଳରେ ଜଣେ ଜଣାଶୁଣା ବ୍ୟକ୍ତି ପାଲଟିଛନ୍ତି ପି.ରାଭାଣା । ସବୁବେଳେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ତତ୍ପରତା ପ୍ରକାଶ କରୁଥିବା ଏଏସଆଇ ରାଭାଣା ସହରବାସୀଙ୍କ ମଧ୍ୟରେ ଅତ୍ୟଧିକ ଲୋକପ୍ରିୟତା ହାସଲ କରିପାରିଛନ୍ତି । କରୋନା ମହାମାରୀ ମୁକାବିଲା ଆରମ୍ଭରୁ ସେ ରାୟଗଡାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛିନ୍ତି । ମହାମାରୀ ଭୂତାଣୁ ପ୍ରତି ଲୋକଙ୍କୁ ବୁଲି ବୁଲି ବଜାରରେ ସଚେତନତା ବର୍ତ୍ତା ପ୍ରଦାନ ହେଉ ଅବା ବଜାର ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଲୋକଙ୍କ ସମ୍ମୁଖରେ ହାତଯୋଡି ପ୍ରାର୍ଥନା । ସବୁ ସମୟରେ ଏଏସଆଇ ରାଭାବାଣା ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରିଥାନ୍ତି । ଅନ୍ୟ ପୋଲିସ ଅଧିକାରୀ ଲୋକଙ୍କୁ ବୁଝାସୁଝା କରିବା ସକାଶେ ନାଲି ଆଖି ଦେଖାଉଥିବା ବେଳେ ସେମାନଙ୍କଠୁ ଭିନ୍ନ ଏଏସଆଇ ରାଭାଣା ଲୋକଙ୍କୁ ବନ୍ଧୁ ଭଳି ବ୍ୟବହାର କରିଥାନ୍ତି । ତେବେ ଆଇନ ଉଲଙ୍ଘନକାରୀଙ୍କୁ ପାଇଁ ଅତି କଢା ମନଭାବ ପୋଷଣ କରିଥାନ୍ତି ଏଏସଆଇ ରାଭାଣା । ରାଜ ରାସ୍ତାରେ ହେଲ୍ମେଟ୍‍ ଯାଞ୍ଚ ହେଉ କିମ୍ବା ମାସ୍କ । ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଇନଥାନ୍ତି ଏଏସଆଇ ଶ୍ରୀ ରାଭାଣା । ଏଭଳି ପୁଲିସ ଅଧିକାରୀଙ୍କୁ ସହରବାସୀ ନିଜ ସୁରକ୍ଷା ସକାଶେ ପାଇ ଖୁସୀ ଅନୁଭବ କରୁଥିବାବେଳେ ତାଙ୍କର ଏହି କର୍ତ୍ତବ୍ୟ ନିଷ୍ଠାପର କାର୍ଯ୍ୟଦକ୍ଷତା ଓ କରୋନା ମୁକାବିଲାରେ ଯୋଦ୍ଧା ପାଲଟିଥିବାରୁ ତାଙ୍କୁ ଆଜି ରାୟଗଡା ପୌରାଞ୍ଚଳର ୨ ନଂ ୱାର୍ଡ ବାସ କରୁଥିବା ମହିଳା ସ୍ୱୟଂ ଶାହିକା ଗୋଷ୍ଠୀ ପକ୍ଷରୁ ସମ୍ମାନୀତ କରାଯାଇଛି । ସଂଘର ସମସ୍ତ କର୍ମୀ ଏଏସଆଇ ପି.ରାଭାଣା ଓ ତାଙ୍କ ପେଟ୍ରୋଲଂ ସାଥି ୬ ଜଣ ପୋଲିସ କନେଷ୍ଟବଲ ଟିମକୁ ଫୁଲମାଳ ଅର୍ପଣ କରି ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ରାଭାଣାଙ୍କୁ ଅଞ୍ଚଳବାସୀଙ୍କ ଅଦ୍ଭୁତ ପୂର୍ବ ପ୍ରଶଂସାର ଶୁଅ ଛୁଟିଥିବାରୁ ଆଗାମୀ ଦିନରେ ଏହା ତାଙ୍କୁ ସହରବାସୀଙ୍କୁ ସୁରକ୍ଷା କରିବାକୁ ଅଧିକ ଉତ୍ସାହିତ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ