
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୋଦ୍ଧାମାନଙ୍କ ଅବଦାନ ଓ ସେମାନଙ୍କୁ ପ୍ରତ୍ସାହନ ଲାଗି ଏକ ଶପଥ ପାଠ ଲାଗି ନିବେଦନ କରିଥିଲେ । ଏହାର ପ୍ରଭାବ ଆଜି ଜଳେଶ୍ୱରର ବିଭିନ୍ନ ସ୍ଥାନରେ ପଡିଛି । ଜଳେଶ୍ୱର ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ଏସ୍ଡିପିଓ ଅଙ୍କିତା କୁମ୍ଭାର ଏହି ଶପଥପାଠ କରାଇଥିଲେ । ସେହିପରି ମ୍ୟୁନିସିପାଲଟି କାର୍ଯ୍ୟାଳୟ ସମ୍ମୁଖରେ ପୌର ଅଧିକାରୀ ଅଜୟ କୁମାର ମହାପାତ୍ର ମଧ୍ୟ କର୍ମଚାରୀ ମାନଙ୍କୁ ଶପଥପାଠ କରାଇବାବେଳେ ପ୍ରଣବ ବେହେରା, ପ୍ରଦୀପ ବେହେରା, ଭରତ ମହାନ୍ତି, ମନୋରଂଜନ ପରିଡା ପ୍ରମୁଖ ବହୁ କର୍ମଚାରୀ ଉପସ୍ଥିତ ଥିଲେ । ଜଳେଶ୍ୱର ବଡବଜାର ନିକଟରେ ଏପରି କାର୍ଯ୍ୟକ୍ରମରେ ଗୋବିନ୍ଦ ସାହୁ, ଆଇନ୍ଜିବୀ ସତ୍ୟସୁନ୍ଦର ଦାସ, ସେକ୍ ହାସିରୁଦ୍ଦିନ ବକ୍ସ, ଅଜୟ ଗିରି, ରଂଜିତ୍ ମହାପାତ୍ର, ଶ୍ରୀକାନ୍ତ ମହାନ୍ତି, ମଧୁସୂଦନ ଦତ୍ତ, ସେକ୍ ମୁଜାଫର ବକ୍ସ, ଅରଖିତ ସାହୁ, ଅବଦୁଲ ହାକିମ, ଚନ୍ଦନ କର ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ତହସିଲଦାର କ୍ଷିରୋଦ କୁମାର ପଣ୍ଡା ଏହି ଶପଥପାଠ କରାଇଥିବା ବେଳେ ଅନ୍ୟାନ୍ୟ କାର୍ଯ୍ୟାଳୟରେ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା