ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାର ଭୟାବହତାକୁ ଲକ୍ଷ କରି ଜଳେଶ୍ୱର ମାଟିର ପୁଅ ତଥା ମୟୂରଭଞ୍ଜ ଜିଲା ଅନ୍ତର୍ଗତ ଶରସକଲା ବ୍ଲକର ଶିକ୍ଷକ ହେମନ୍ତ ଜେନା ଦୀର୍ଘ ୬୫ ଦିନ ଧରି ଉତ୍ତର ବାଲେଶ୍ୱରର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନୱାଡି କେନ୍ଦ୍ର, ଟିଏମସି ସେଣ୍ଟର, ରାସ୍ତାରେ ଯାଉଥିବା ପ୍ରବାସୀଙ୍କୁ ବିଭିନ୍ନ ସହାୟତାର ହାତ ବଢାଇଛନ୍ତି । ଆଜି ସେ ଜଳେଶ୍ୱର ବ୍ଲକ୍ ଗୋଷ୍ଠୀ ଶିକ୍ଷାକାର୍ଯ୍ୟାଳୟକୁ ଆସି ସମସ୍ତ କର୍ମକର୍ତ୍ତା, ସମସ୍ତ ସିଆର୍ସିସି, ଓ ସମ୍ବାଦିକ ମାନଙ୍କୁ ମାଗଣାରେ ସେମାନଙ୍କ କାର୍ଯ୍ୟଲାଗି ମାକ୍ସ, ଶୁଖିଲା ଖାଦ୍ୟ, ପାଣି ଓ ଅଭିନନ୍ଦନ ପତ୍ର ଦେଇଛନ୍ତି । ସମସ୍ତଙ୍କୁ ପ୍ରାତ୍ସାହିତ କରିବା ଲାଗି ତାଙ୍କର ଏପରି କାର୍ଯ୍ୟର ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଛନ୍ତି । ବିଇଓ ସୁଧାଂଶୁ ଶେଖର ଜେନା ଏଠାରେ ଉପସ୍ଥିତ ପ୍ରାୟ ୫୦ଜଣ କରୋନା ଯୋଦ୍ଧାଙ୍କୁ ତାଙ୍କ ପ୍ରଦର୍ତ୍ତ ପ୍ୟାକେଟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟରେ ଏବିଇଓ ଲଲାଟେନ୍ଦୁ ଜେନା, ବନବିହାରୀ ଦାସ ଅଧିକାରୀ, ସୁଶାନ୍ତ କୁମାର ଜେନା ପ୍ରମୁୂଖ ସହାୟତା କରିଥିବା ବେଳେ ବିଇଓ ସୁଧାଂଶୁ ଶେଖର ଜେନା ହେମନ୍ତ କୁମାର ଜେନାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା