

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅକ୍ଟୋବର ୨ ତାରିଖଠାରୁ ଆରମ୍ଭ ହୋଇଥିବା କୋଭିଡ ନିୟମ ପାଳନ ସକାଶେ ଜନ ସଚେତନତା ଅଭିଯାନର ଚତୁର୍ଥ ସନ୍ଧ୍ୟାରେ ୧୨ ଏବଂ ୧୪ ନମ୍ବର ୱାର୍ଡରେ ସମାଜସେବି ଉଦୟ ନାଥ ବେହେରାଙ୍କ ତତ୍ବାବଧାନରେ ପ୍ରେମନଗର ଏବଂ ହାଉସିଂ ବୋର୍ଡର ସମସ୍ତ ସାହି ବୁଲି କରୋନା ସମ୍ବର୍ଦ୍ଧରେ ଜନ ସଚେତନତା କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୁର୍ବତନ ବି.ଡି.ଏ ଅଧ୍ୟକ୍ଷ ଏବଂ ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ମହାରଣା, ଜିଲ୍ଲା ଉପସଭାପତି ଡଃ. ଭଗବାନ ଗନ୍ତାୟତ, ଜିଲ୍ଲା ଉପସଭାପତି ସଞ୍ଜିତ ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ସାହୁ, ଜିଲ୍ଲା ସମ୍ପାଦକ ଦୁର୍ଗାପ୍ରସାଦ ପଣ୍ଡା, ରାଜ୍ୟ ମହିଳା ସମ୍ପାଦକ ସଂଘମିତ୍ରା ଦଳେଇ, ବିଶିଷ୍ଟ ସମାଜସେବୀ ଲକ୍ଷ୍ମୀ ପାଢୀ, ବିଶିଷ୍ଟ ସମାଜସେବୀ ପ୍ରଜ୍ଞା ପଣ୍ଡା, ଜିଲ୍ଲା ଯୁବ ସଭାପତି ଲକ୍ଷ୍ମଣ ଚୌଧୁରୀ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ରଜନୀଶ ମିଶ୍ର, ରାଜ୍ୟ ଯୁବ ସମ୍ପାଦକ ମୁକୁନ୍ଦ ଗୌଡ, ଛାତ୍ର ଦକ୍ଷିଣାଞ୍ଚଳ ସଭାପତି ଜ୍ୟୋତି ରଞ୍ଜନ ସାହୁ, ମହାନଗର ଛାତ୍ର ସଭାପତି ପ୍ରଶାନ୍ତ ଜେନା, ପୁର୍ବତନ କର୍ପୋରେଟର ମୁରଳୀ ମୋହନ, ମମତା ବିଷୋୟୀ, ତେଜ ସ୍ୱାମୀ, କୈଳାଶ ରଣା, ବିନୋଦ ଗୌଡ, ଉଦୟ କୁମାର ବେହେରା, ଆଇନଜୀବୀ ସୂର୍ଯ୍ୟ ସୁବୁଦ୍ଧି, ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ପଟ୍ଟନାୟକ, ଦିଲ୍ଲୀପ ପାତ୍ର, ଜୟରାମ ସରାଫଙ୍କ ସହ ସାହି ବାସିନ୍ଦା ଏବଂ ବିଜେଡି ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

