ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ବିଶ୍ୱ କରୋନା ଭୁତାଣୁ ସଂକ୍ରମଣ ଆତଙ୍କରୁ ମୁକ୍ତିଲାଗି ବିଭିନ୍ନ ସୁରକ୍ଷା କାର୍ଯ୍ୟକ୍ରମରେ ବ୍ୟସ୍ତଥିବା ବେଳେ ଚୋର ମଦ ବ୍ୟବସାୟୀମାନେ ଅଧିକ ସକ୍ରିୟ ହୋଇ ଉଠିଛନ୍ତି । ଉପାନ୍ତ ପଶ୍ଚିମବଂଗର ବିଭିନ୍ନ ଅଞ୍ଚଳରୁ ଚୋରା ଦେଶୀ ଓ ବିଦେଶୀ ମଦ ଓଡିଶାର ଉପାନ୍ତ ଅଞ୍ଚଳରେ ବ୍ୟାପକ ଭାବେ ବିକ୍ରି କରିଚାଲିଛନ୍ତି । ନିର୍ଦ୍ଦିଷ୍ଟ କେତେକ ର୍ୟାକେଟ ଏବେ ଗ୍ରାମାଂଚଳର ଛୋଟ ଛୋଟ ଦୋକାନୀ ସହିତ ସଂପର୍କ ରଖି ମାଦକ ଦ୍ରବ୍ୟ ବିକ୍ରି କରିଆସୁଛନ୍ତି । ଏ ସଂପର୍କରେ ଅବକାରୀ ବିଭାଗ ସୁପରି ଟେଣ୍ଡେଣ୍ଟ ବିବେକାନନ୍ଦ ନାୟକ ଖବର ପାଇ ସଦର ରେଞ୍ଜ ଆଇଆଇସି ପ୍ରବୀଣ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଓ ଜଳେଶ୍ୱର ଓଆଇସି ହରପ୍ରସାଦ ରଣାଙ୍କ ନେତୃତ୍ୱରେ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଚେରା ମଦବ୍ୟବସାୟୀ ସୁକ ମୁର୍ମୁ, ନରେନ୍ଦ୍ର ନାଥ, ନରୋତ୍ତମ ଧଳ ଓ ବାଞ୍ଛାନିଧି ଜେନାଙ୍କ ଠାରୁ ମୋଟ ୧୮ ଲିଟର ବିଭିନ୍ନ ଦେଶୀ ମଦ ଓ ୨୧ ବୋତଲ କଣ୍ଟ୍ରି ସ୍ପିରିଟ୍ ଜବତ୍ କରିବା ସହ ୪ଜଣଙ୍କୁ ଗିରଫ କରି ଜଳେଶ୍ୱର କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ବସ୍ତା ଅବକାରୀ ଓଆଇସି ଅମ୍ପା ମାରାଣ୍ଡି, ଏଏସ୍ଆଇ ଦୋଳଗୋବିନ୍ଦ ଧଳ, ରାଜିବ ଭଂଜ, ଶଶୀକାନ୍ତ ସାହୁ, ମଙ୍ଗଳ ସିଂ, ମିନତୀ ଜେନା, ସୁରେନ୍ଦ୍ର ବେହେରା ପ୍ରମୁଖ ସାମିଲ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା