
ଛତ୍ରପୁର (ସମୃଦ୍ଧ ଓଡିଶା) କରୋନାର ଭୁତାଣୁ ସଂକ୍ରମଣକୁ ମୁକାବିଲା କରିବା ପାଇଁ ଜିଲ୍ଲାରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ନିମନ୍ତେ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲି ଠାରୁ ଜିଲ୍ଲାରେ ଘରକୁ ଘର ବୁଲି ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଡ଼କ୍ଟର ମାନେ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଏନେଇ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା