ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ରାଜ୍ୟର ପ୍ରବେଶଦ୍ୱାରା ହୋଇଥିବାରୁ ରେଳ ଓ ବସ୍ ଯୋଗେ ପ୍ରତିଦିନ ହଜାର ହଜାର ଦୂର ଅଂଚଳରେ ରହୁଥିବା ବ୍ୟକ୍ତିମାନେ ଜଳେଶ୍ୱରରେ ଓହ୍ଲାଇ ଭୋଗରାଇ, କମର୍ଦ୍ଦା, ଚନ୍ଦନେଶ୍ୱର, ରାଇବଣିଆ, ଦାନ୍ତୁନ, ମୋହନପୁର, ଏଗ୍ରା, କାନ୍ଥି, ଦୀଘା, ରାସଗୋବିନ୍ଦପୁର, ବାଲିଆପାଳ, ରାଜଘାଟା ଅଞ୍ଚଳକୁ ଫେରୁଥିବାର ଲକ୍ଷ୍ୟ କରାଯାଇଛି । ଏହା ବ୍ୟତିତ ଜଳେଶ୍ୱର ବ୍ଲକର ୨୮୧ଟି ଗ୍ରାମର ଓ ମ୍ୟୁନିସିବାଲଟିର ୧୭ଟି ୱାର୍ଡର ଜନସାଧାରଣଙ୍କୁ ସଚେତନତା ଓ ସୁରକ୍ଷାଲାଗି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱର ରୋଗୀକଲ୍ୟାଲ ସମିତି ଓ ବିଧାୟକଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରାଯାଇଛି । ବିଧାୟକ ଅଶ୍ୱିନୀକୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ କରୋନାର ଭୟାବହତା ଲାଗି ଜନସାଧାରଣ ସଚେତନ ହେବା, ସ୍ୱତନ୍ତ୍ର କୋଠରୀରେ ବ୍ୟବସ୍ଥା ଏବଂ ଗୁଜବକୁ ବିଶ୍ୱାସ ନ କରିବାକୁ କହିଛନ୍ତି । ରାଜ୍ୟରେ ଏହାର ବିଶେଷ ପ୍ରଭାବ ନ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଓ କାର୍ଯ୍ୟାନୁଷ୍ଠାନ ପ୍ରତି ଗୁରୁତ୍ୱ ଦେବାକୁ ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡା. ଦିଲ୍ଲିପ କୁମାର ପାତ୍ର ଯୋଗ ଦେଇ କୋରନାର ଭେକ୍ସିନ ନ ଥିବାରୁ ଏବଂ ରୋଗ ସଂପ୍ରସାରଣ କରାଇନଦେବାଲାଗି ଭଟ୍ଟର ହସ୍ପିଟାଲରେ ଥିବା ମାତୃ-ଶିଶୁ ଚିକିତ୍ସା କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସଂପର୍କରେ କହିଥିଲେ । ବିଦେଶରୁ ଫେରୁଥିବା ବ୍ୟକ୍ତିମାନେ ଅନ୍ଲାଇନ୍ ବା ୧୦୪କୁ ଫୋନ କରି ଅଥବା ହସ୍ପିଟାଲକୁ ଆସି ରୋଗ ସଂପର୍କରେ ପରୀକ୍ଷାନିରାକ୍ଷା କରାଇନେବାକୁ କହିଥିଲେ । ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର ପ୍ରତିସେଧକଭାବେ ସାବୁନ୍ରେ ହାତ ଧୋଇବା ଓ ବହୁ ଲୋକ ଏକତ୍ରୀତ ହୋଇ ନ ରହିବା, ସଂନ୍ଦିଗ୍ଧ ବ୍ୟକ୍ତି ବିଶେଷଙ୍କ ସଂପର୍କରେ ସରକାରଙ୍କୁ ଜଣାଇବା ଲାଗି ପରାମର୍ଶ ଦେଇଥିବା ବେଳେ ଜଳେଶ୍ୱରର ରାମକୃଷ୍ଣ ହାଇସ୍କୁଲ ପରିସରରେ ଆଇସୋଲେସନ୍ର ବ୍ୟବସ୍ଥା ସଂପର୍କରେ କହିଥିଲେ । ଏଥିରେ ଶିଶୁ ରୋଗ ବିଶେଷଜ୍ଞ ଡା. ସଂଜୟ କୁମାର ପଣ୍ଡା, ରୋଗୀକଲ୍ୟାଣ ସମିତିର ସଦସ୍ୟ ଡ. ରମାକାନ୍ତ ଭଂଜ, ସମାଜସେବୀ ସୁରଜିତା ଘୋଷ, ଭୂପତି ଚରଣ ମିର୍ଦ୍ଧା, ପ୍ରତୀପ କୁମାର ପ୍ରଧାନ, ମାନସ ଜେନା, ବିଜୟ କାମିଳା, ସେକ୍ ଅବଦୁଲ ରହିବ, ସଂଜିବ ପାଳ, ଆନନ୍ଦ କର, ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ ରତନ କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା