ଶେରଗଡ଼ (ସମୃଦ୍ଧ ଓଡିଶା) ଶେରଗଡ଼ ବ୍ଲକର ଥୁରୁବୁରାଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶିଷ୍ଠ କୁମାର ପ୍ରହରାଜ କରୋନାରେ ମଙ୍ଗଳବାର ସନ୍ଧ୍ୟାରେ ମୃତ ଘଟିଥିବା ଜଣାପଡିଛି । ସେ ଗତ ୧୭ତାରିଖ ଠାରୁ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପୁର୍ବରୁ ଶ୍ରୀ ପ୍ରହରାଜ ଥୁରୁବୁରାଇ ପ୍ରଥମିଜ ବିଦ୍ୟାଳୟରେ ହୋଇଥିବା କୁରାଣ୍ଟଇନ କେନ୍ଦ୍ରରେ ୨୦ଦିନ କେନ୍ଦ୍ର ପରିଚାଳନାରେ ଥିଲେ । ଏହାପରେ ଗତ୧୨ ତାରିଖ ଦିନ ସ୍ୱାବ ପରୀକ୍ଷା ପାଇଁ ଯାଇଥିଲା । ୧୬ରେ ପଜିତିଭ ବୋଲି ଆସିବା ପରେ ୧୭ରେ କୋଭିଡ ହସପିଟାଲକୁ ନିଆଯାଇଥିଲା । ତାଙ୍କର ମୃତ୍ୟୁ ପରେ ଶେରଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ସମବେଦନା ଜଣାଇବା ସହ ସହାୟତା ରାଶି ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି ବିଇଓ ଭାସ୍କର ଲେଙ୍କା । ଶିକ୍ଷକ ଜଣଙ୍କ ଜଣେ କରୋନା ଯୋଧ୍ୟା ହୋଇଥିବାରୁ ତାଙ୍କୁ ୫୦ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ଶେରଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ପ୍ରଫୁଲ କୁମାର ପଣ୍ଡା ଓ କାଳିଚରଣ ଚୌଧୁରୀ ପ୍ରମୁଖ ଦାବି କରିଛନ୍ତି ।
ରିପୋର୍ଟ-ବିପ୍ଳବ ସେଠୀ