






ଭୁବନେଶ୍ୱର(ସମୃଦ୍ଧଓଡିଶା)ସତ୍ୟନଗର ଲେଡିଜ୍ ଫୋରମ୍ ଓ ସ୍ପର୍ଶ ହସ୍ପିଟାଲ ର ମିଳିତ ସହଯୋଗ ରେ ଆଜି କର୍କଟ ସଚେତନତା ଦିବସ ପାଳନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୧୦୦ ମହିଳା ଓ ରମାଦେବୀ କଲେଜ ର NSS ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଅତିଥି ରୂପେ ସ୍ପର୍ଶ ହସ୍ପିଟାଲ ର କର୍କଟ ବିଶେଷଞ ଡଃ ସୁତାପା ବିଶ୍ବାସ, ସମାଜ ସେବୀ ରୋଜାଲିନ ପାଟ୍ଟଶାଣୀ, ସମାଜ ସେବୀ ସଂଯୁକ୍ତା ମହଲ, NSS ବୁରୋଚିଫ୍ ରମାଦେବୀ ଡଃ ବିଶୂମୋହନ ଜେନା, ସମାଜ ସେବୀ ଲିଲି ଜେନାମଣି, ସତ୍ୟନଗର ର ବରିଷ୍ଠ ନାଗରିକ ମଞ୍ଚର ଭୁବନ ମୋହନ ପଟ୍ଟନାୟକ, ମାନସ ରଞ୍ଜନ ନାୟକ ଆସିଥିଲେ ଓ କର୍କଟ ରୋଗର ସଚେତନତା ଉପରେ ନିଜର ମତାମତ ଦେଇଥିଲେ, ଏହି କାର୍ଯ୍ୟକ୍ରମ ରେ ସତ୍ୟନଗର ଲେଡିଜ୍ ଫୋରମ୍ ଓ ସ୍ପର୍ଶ ହସ୍ପିଟାଲ ର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ, ସତ୍ୟନଗର ଲେଡିଜ୍ ଫୋରମ୍ ର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ସତ୍ୟନଗର ଲେଡିଜ୍ ଫୋରମ୍ ର ସୋଭେଦିତା ରାୟ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ : ରଜତ ମହାପାତ୍ର


