କର୍ମବୀର ବୃନ୍ଦାବନ ନାୟକଙ୍କ ୩୪ତମ ଶ୍ରାଦ୍ଧ ବାର୍ଷିକୀ ପାଳନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଭାଗ୍ୟ ଵିଧାତା ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ୩୪ତମ  ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ କମା ପଲ୍ଲୀ ଠାରେ ଥିବା ପ୍ରତିମୂର୍ତ୍ତୀରେ ସକାଳ ୯ ଘଣ୍ଟା ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସ୍ମୃତି କମିଟି ସଭାପତି ଡଃ ଭଗବାନ ଗନ୍ତାୟତ, ବିଡିଏ ଅଧକ୍ଷ ସୁବାଷ ଚନ୍ଦ୍ର ମହାରଣା ପ୍ରମୂଖ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।ଏହା ପରେ ବ୍ରହ୍ମପୁର ଗୀତା ଭବନ ଠାରେ ଅନୁଷ୍ଟିତ ସଭାରେ ବ୍ରହ୍ମପୁର ବିଧାୟକ ମୂଖ୍ୟ ଅତିଥିଭାବେ ଯୋଗଦେଇ ବୃନ୍ଦାବନ ବାବୁଙ୍କ ସ୍ମୃତି ଚାରଣ କରିଥିବା ବେଳେ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ସଙ୍ଗୀତ ମାଧ୍ୟମରେ ସ୍ମୃତି ଚାରଣ କରିଥିଲେ । ସ୍ମୃତି କମିଟି ସଭାପତି ଡଃ ଭଗବାନ ଗନ୍ତାୟତ ଏଥିରେ ସଭାପତିତ୍ୱ କରିଥିବା ବେଳେ କମିଟି ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଏସବୁର ପରିଚାଳନା କରିଥିଲେ । ଶେଷରେ ଗୀତ ଭବନରେ ପ୍ରସାଦ ସେବନ ହୋଇଥିଲା । ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ରିପୋର୍ଟ : ଏସଏମଆଇଟିରୁ ରବି ପଟ୍ଟନାୟକ ଓ ଆମ ପ୍ରତିନିଧି ନିମାଇଁ ଚରଣ ପଣ୍ଡା