




କଲିକତା (ସମୃଦ୍ଧ ଓଡିଶା)କଲିକତାରେ ‘ସମାଜ’ର ଶହେ ବର୍ଷ ପୂର୍ତ୍ତି ସମାରୋହରେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସମାରୋହକୁ ଉଦଘାଟନ କରିବା ସହ କଲିକତାରେ ସମାଜର ପ୍ରସାର ଓ ଓଡ଼ିଆର ପ୍ରସାର ନେଇ ଆନନ୍ଦ ପ୍ରକାଶ କରିଥିଲେ । କଲିକତାର ନ୍ୟାସନାଲ ଲାଇବ୍ରାରୀ ସ୍ଥିତ ଭାଷା ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର , ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରମୁଖ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେଇଥିଲେ ।ଆନ୍ଧ୍ର ରାଜ୍ୟପାଳ ସେଠାରୁ ଓଡିଶା ଫେରିଥିବା ଜଣାପଡିଛି ।