କଳମା ପଞ୍ଚାୟତରେ ଦୁର୍ନୀତି ଛlନଭିନ୍ କଲା ଭିଜିଲାନ୍ସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପଞ୍ଚାୟତରେ ଦୁର୍ନୀତିର ଖୋଲତାଡ଼ କରିଛି ଭିଜିଲାନ୍ସ ବିଭାଗ l ୩ ଘଣ୍ଟା ଧରି ୪ର୍ଥ ଓ ୧୪ଦଶ ଅର୍ଥ କମିଶନର ହିସାବ ଖାତାକୁ ଛlନ୍ ଭିନ କରି ଖୋଜିଛି ଦୁର୍ନୀତିର ପ୍ରମାଣ । ଆଜି ସକାଳ ୧୧ ଟାରେ ବାଲେଶ୍ଵର ଭିଜିଲାନ୍ସ ଟିମ୍ ଡିଏସପି ସିକନ୍ଦର ହେମ୍ବ୍ରମଙ୍କ ନେତୃତ୍ଵରେ ହଠାତ୍ ଆସି ପହଞ୍ଚିଥିଲେ କଳମା ପଞ୍ଚାୟତ ଅଫିସରେ l ପଞ୍ଚାୟତର ପି.ଇ.ଓଙ୍କ ପାଖରୁ ଖାତା ପତ୍ର ନେଇ ମାରାଥନ ଅନୁସନ୍ଧାନ କରିଥିଲେ l ପଞ୍ଚାୟତର ଦୁଇଟି ବ୍ୟାଙ୍କ୍ ଖାତା, ୩ଟି ହିସାବ ଖାତାକୁ ଜବତ କରି ସେମାନେ ନେଇ ଯାଇଛନ୍ତି । ପ୍ରକାଶ ଥାଉ କି କଳମା ପଞ୍ଚାୟତରେ ୩୫ ଲକ୍ଷ ଟଙ୍କାର ଦୁର୍ନୀତିକୁ ନେଇ କଂଗ୍ରେସ ଜିଲ୍ଲାପାଳ ଓ ଭିଜିଲାନ୍ସ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା l ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଓ ବ୍ଲକ ସଭାପତି ରାଜୀବ ପରିଡ଼ା ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଏହାର ନିରପେକ୍ଷ ତଦନ୍ତ ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ l ଏହି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଓ ବରଡ଼ିହା ପଞ୍ଚାୟତର ପିଅନଙ୍କ ନାମରେ ୨୦୧୭ରୁ ୨୦୨୦ ଭିତରେ ବିଭିନ୍ନ ସମୟରେ ୩୫ ଲକ୍ଷ ଟଙ୍କା ଉଠା ଯାଇଛି l ସେସବୁ ପଞ୍ଚାୟତ ଆକାଉଣ୍ଟ ଖାତାରେ ଉଲ୍ଲେଖ କରା ଯାଇନାହିଁ l ଏଠାରେ କୁଚବଣିଆ ଗାଁରେ ଏକ ନଳକୂପ ନ ବସାଇ ୨ଲକ୍ଷ ଟଙ୍କା ଉଠା ଯାଇଛି l ପୋଖରୀ ଓ ରାସ୍ତା ତିଆରି ନ କରି ୧୦ ଲକ୍ଷ ଟଙ୍କା ଉଠା ଯାଇଛି l ଏହି ସବୁ ଦୁର୍ନୀତି ବିରୁଦ୍ଧରେ କଂଗ୍ରେସ ଜିଲ୍ଲାପାଳ ଓ ଭିଜିଲାନ୍ସ ପାଖରେ ଫେରାଦ ଦେଇଥିଲା l ତା ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପଞ୍ଚାୟତ ଅଫିସର ଓ ଭିଜିଲାନ୍ସ ଡିଏସପି ତଦନ୍ତରେ ବାରମ୍ବାର ଆସୁଛନ୍ତି l ଆଜିର ଭିଜିଲାନ୍ସ ତଦନ୍ତ ଫଳରେ କଲମା ଓ ବରଢିହା ପଞ୍ଚାୟତରେ ଲୋକଙ୍କ ଭିତରେ ଚର୍ଚ୍ଚା ଜୋର୍ ଧରିଛି l ଭିଜିଲନ୍ସ ଓ ଜିଲ୍ଲାପଳଙ୍କ ଏତାଦୃଶ ତ୍ୱରିତ ପଦକ୍ଷେପ ପାଇଁ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ ଗିରି, ବ୍ଲକ ସଭାପତି ରାଜୀବ ପରିଡ଼ା, କିସାନ କଂଗ୍ରେସ୍ ସଭାପତି ସୁଦାମ ପାତ୍ର, ପୂର୍ବତନ ସରପଞ୍ଚ ଶ୍ରୀକାନ୍ତ ସିଂ, ଅଣ ସଂଗଠିତ ଶ୍ରମିକ କଂଗ୍ରେସ ନେତା ସୁରେଶ ମହାନ୍ତ, ଦୀପକ ପତ୍ର, ପୂର୍ବତନ ପଞ୍ଚାୟତ ସଭାପତି ଆଶୁତୋଷ କାସ୍ତ, ରାଜୀବ ପ୍ରଧାନ ପ୍ରମୁଖ ଧନ୍ୟବାଦ ଜଣାଇଛନ୍ତି l
ରିପୋର୍ଟ : ଭୂପତି ପରିଡା