ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଅଞ୍ଚଳର କଣ୍ଟେନମେଣ୍ଟ ଓ ବଫର ଜୋନ ମଧ୍ୟରୁ କଳମ୍ବ ଓ ମହୁଲ ପଲ୍ଲୀ ଗ୍ରାମରେ ଥର୍ମାଲ ସ୍କ୍ରିନିଂ କାର୍ଯ୍ୟ ଶେଷ ହୋଇଥିବା ଜଣାପଡିଛି । ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ମେଡିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଡାକ୍ତର ପଦାରବିନ୍ଦ ଷଡଙ୍ଗୀ ଜୁଲାଇ ୨୫ ତାରିଖ ଦିନ କଳମ୍ବ ଗ୍ରାମ ଓ ୨୬ ତାରିଖରେ ମହୁଲ ପଲ୍ଲୀ ଗ୍ରାମରେ ଘରକୁ ଘର ବୁଲି ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ କରି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଉଭୟ ଗ୍ରାମରେ ସେହି ଗ୍ରାମର ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନେ ଡାକ୍ତର ଶ୍ରୀ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରେ ସହଯୋଗ କରିଥିଲେ ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା