କଳାଞ୍ଜଳି ଆର୍ଟିଷ୍ଟ୍ରୀ ତରଫରୁ ଯୋଗ ଶିବିର ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାଞ୍ଜଳି ଆର୍ଟିଷ୍ଟ୍ରୀ ତରଫରୁ ଗୋଷାଣୀ ନୂଆଗାଁ ସ୍ଥିତ ରାଜାରାଣୀ ଏନକ୍ଲେଭ୍ ସମ୍ମିଳନୀ ପ୍ରକୋଷ୍ଠରେ ଯୋଗ ଶିବିର ଅନୁଷ୍ଠାନ ର ପ୍ରତିଷ୍ଠାତ୍ରୀ ତଥା ସମ୍ପାଦିକା ଶ୍ରୀମତୀ ରାମେଶ୍ୱରୀ ନନ୍ଦ ଙ୍କ ପ୍ରତ୍ୟକ୍ଷ ପରିଚାଳନ ରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଯୋଗ ଉପରେ ଆଲୋକପାତ କରାଯିବ ସହ ଯୋଗ ପ୍ରଶିକ୍ଷକ ସୋନି ପଟ୍ଟନାୟକ ସହାୟକ ରେ ତାଲିମ ପ୍ରଦାନ କରାଯାଇଥିଲା।ଶିବିରରେ ଯୋଗ ପ୍ରଶିକ୍ଷକ ସୋନି ପଟ୍ଟନାୟକ , ଜୁମ୍ୱା ପ୍ରଶିକ୍ଷକ ଅମିଶା ଓ ନୃତ୍ୟ ଶିକ୍ଷୟତ୍ରୀ ସୁସ୍ମିତା ଙ୍କୁ ସମ୍ମାନିତ କରାଯାଇଥିଲା।ଏହି ଅବସରରେ ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ, କେ ରାମାରାଓ ସୁବୁଦ୍ଧି, ହରେକୃଷ୍ଣ ମିଶ୍ର, ଭୀଷ୍ମ ଚାର୍ୟ ଚଉଧୁରୀ, ରାକେଶ ସିଂ ଦେଓ, ନମିତା ରାଣୀ ରାଉତ, ଡ ସନ୍ଧ୍ୟା ରାଣୀ ପଟନାୟକ, ସଞ୍ଜୟ ମାଝୀ,ପ୍ରିନ୍ସ ମିଶ୍ର , ଲିନା ସ୍ୱାଇଁ, ଏ.ହରିପ୍ରିୟl, ନମିତା,ମିନି ପ୍ରମୁଖ ଯୋଗ ଦେଇଥିବା ବେଳେ ସହ ସମ୍ପାଦିକା ସ୍ବପ୍ନା ଶୁଭଦର୍ଶିନୀ ଓ ଶ୍ରୀମତୀ ଅଭିଷିକ୍ତା ଦାଶ ପ୍ରମୁଖ ଶିବିର ପରିଚାଳନା କରିଥିଲେ।