କଳିଙ୍ଗ ଦୋଳା ବାହୁଦା ନଦୀରେ ବୁଡି ଜଣେ ଯୁବକ ମୃତ…

ଚିକିଟି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ଅନ୍ତର୍ଗତ ରତନେଶ୍ୱରୀ ମନ୍ଦିର ପାଖରେ ଥିବା କଳିଙ୍ଗ ଦୋଳା ବାହୁଦା ନଦୀରେ ଜଣେ ଯୁବକ ବୁଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ପାତ୍ରପୁର ବ୍ଲକ ଗୁଡ଼ରା ଗ୍ରାମର ବାୟାଧର ନାୟକ(୨୫) ନିଜ ସଡୁ ଡାବରାସିଂକୁ ଯାଇ ଫେରିବା ବାଟରେ ବାହୁଦା ନଦୀକୁ ଶୌଚ କରିବା ପାଇଁ ନଦୀକୁ ଓହ୍ଲାଇ ଥିଲେ । ଫଳରେ ଯୁବକଙ୍କ ଗୋଡ଼ ଖସି ଯାଇଥିଲା ସେ ପାଣିରେ ବୁଡି ଯାଇଥିଲେ । ଖବର ପାଇ କେ ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ଜ୍ଞାନ ରଞ୍ଜନ ସେଠି ଓ ଚିକିଟି ଦମକଳ ବାହିନୀ ସେଠାରେ ପହଞ୍ଚି ଯୁବକକୁ ଉଦ୍ଧାର କରି ଚିକିତ୍ସା ପାଇଁ ଚିକିଟି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଡକ୍ଟର ମୃତ ଘୋଷଣା କରିଥିଲେ । ଏହାପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା