କଳିଙ୍ଗ ଷ୍ଟୁଡେଣ୍ଟ୍ ଫେଡେରେସନ ତରଫ ରୁ ସମୂହ ଦୀପଦାନ ଓ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର (ଆକାଶ ମିଶ୍ର ) – ଦଶହରା ଦିନ ପଞ୍ଜାବ ଅମୃତସର ଠାରେ  ରାବଣପୋଡ଼ି ସମୟ ରେ ରେଳ ଦୁର୍ଘଟଣା ରେ ପ୍ରାଣ ହରେଇଥିବା ବ୍ୟକ୍ତବିଶେଷଙ୍କ ଆତ୍ମା ର ସଦ୍ଗତି ଓ ଆହତ ମାନଙ୍କ ର ଆଶୁ ଆରୋଗ୍ୟ କାମନା କରିବା କରି କଳିଙ୍ଗ ଷ୍ଟୁଡେଣ୍ଟ୍  ଫେଡେରେସନ ( Kalinga Student Federation ) ତରଫ ରୁ ସମୂହ ଦୀପଦାନ ଓ ଶ୍ରଦ୍ଧାଞ୍ଜଳି ସଭା  ଭୁବନେଶ୍ୱର ସ୍ଥିତ ହାଉସି°ବୋର୍ଡ କଲୋନୀ ୧୦୮ହନୁମାନ ମନ୍ଦିର ଠାରେ  ଅନୁଷ୍ଠିତ ହୋଇଯାଇଛି । ମୃତକ ମାନଙ୍କ ଆତ୍ମା ର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଯୁବ ନେତା ଶ୍ରୀ ଦେବାଶିଷ ନାୟକ ଙ୍କ  ସହ ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର ଉପସ୍ଥିତ  ରହି ଥିଲେ  । ଶ୍ରଦ୍ଧାଞ୍ଜଳି ସଭା କୁ   ଶ୍ରୀ ଆଶିଷ କୁମାର ପାତ୍ର ସଂଯୋଜନା କରିଥିଲେ ।