ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା କଳିଙ୍ଗ ସେନା ଶାଖା ପକ୍ଷରୁ ସ୍ଥାନୀୟ ପୂର୍ତ୍ତି ବିଭାଗ ଡାକ ବଙ୍ଗଳାଠାରେ ଶାଖାର ରାଜ୍ୟ ସୁପ୍ରିମ ହେମୋନ୍ତ ରଥ ଓ ସାଧାରଣ ସମ୍ପାଦକ ସ୍ୱତିଶ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ବିଳନୀର ଆୟୋଜନ ହୋଇଯାଇଛି । ଜିଲ୍ଲାବୀସୀଙ୍କ ସମସ୍ୟା ସଂକ୍ରାନ୍ତରେ ସମ୍ବିଳନୀରେ ଆଲୋଚନା ହୋଇଯାଇଥିଲା । ଜିଲ୍ଲାରେ ପ୍ରତିଷ୍ଠ ବହୁରାଷ୍ଟ୍ରୀୟ ଶିଳ୍ପ କଳ କାରଖାନା ସ୍ଥାନୀୟ ଲୋକଙ୍କୁ ଶୋଷଣ ଓ ନିଯୁକ୍ତି ଦେବା ନାରେ ସ୍ଥାନୀୟ ଯୁବକଙ୍କୁ ପ୍ରତାରଣ କରିଥିବା ସମ୍ବିଳନୀରେ ମତ ପ୍ରକାଶ ପାଇଥିଲା । ଏଥି ସହିତ ବାଦ୍ଧକ୍ୟ ଭତ୍ତା ଓ ଅନ୍ୟ ସରକାରୀ ଜନାଭୁମିଖି ଯୋଜନାରେ ହିତାଧିକାରୀଙ୍କୁ ସୁବିଧା ପ୍ରଦାନ ପରିବର୍ତ୍ତେ ସେମାନଙ୍କଠୁ ସରକାରୀ ଅଧିକାରୀ ଚାନ୍ଦା ଆଦୟ କରୁଥିବା କଳିଙ୍ଗ ସେନା ଅଭିଯୋଗ କରିଛି । ଆଗାମୀ ଦିନର୍ରେ ରାୟଗଡା ଜିଲ୍ଲାରେ ଦଳ ସାଙ୍ଗଠନିକ ସ୍ଥିତି ଦୃଢ କରି ଉକ୍ତ ଦୁର୍ନୀତି ଓ ମନମାନୀ ଖିଲାପରେ ଜନ ଆନ୍ଦୋଳନକୁ ଓଲାହିବ ବୋଲି ସଭାପତି ମତ ପ୍ରକାଶ କରିଥିଲେ । ଏହି ଅବସରରେ ଦଳ ଜିଲ୍ଲା କାର୍ଯ୍ୟକାରୀଣୀ ସଦସ୍ୟଙ୍କ ନାମ ଘଷଣା କରିଛି । ରାୟଗଡା ଜିଲ୍ଲା ନିମନ୍ତେ ଦଳ ସଭାପତି ରୂପେ ବିଭୁତି ଭୂଷଣ ପରିଡାଙ୍କୁ ମନୋନିତ କରିଛି। ଅନୁରୂପ ଉପସଭାପତି ରୂପେ ଦଳ ଚାରି ଜଣଙ୍କୁ ବାଛିଚି ନଳିନୀ ପାଣି, ସୁଧାଂସୁ ମହାପାତ୍ର, ଶୁବାନୀ ସେଖ ଅବଦୁଲ ଓ ରଞ୍ଜନ ପଣ୍ଡା, କୋଷାଅଧ୍ୟକ୍ଷ ରାଜେଶ କୁମ୍ଭାର, ସାଧଆରଣ ସଂମ୍ପାଦକ ନିରଞ୍ଜନ ନିମାଲା, ତୁଫାନୀ କେଶରୀ ସାହୁ, ବିବେକ ସତପଥି ଓ ମୁଖପାତ୍ର ଗୁରୁପ୍ରସାଦ ସାହୁ ପ୍ରମଖୁଙ୍କୁ ଦଳ ଦାୟିତ୍ୱ ପ୍ରଦାନ କରିଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ