
ପୋଲସରା (ସମୃଦ୍ଧ ଓଡିଶା) ପ୍ରବାସୀ ଓଡ଼ିଆ ଶ୍ରମିକମାନେ ସୁରତରୁ ଓଡିଶା ବସରେ ଫେରୁଥିବା ସମୟରେ ଗତକାଲି ରାତିରେ କଳିଙ୍ଗଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଗୁଡା ଏନଏସିର ସନ୍ତୋଷ ସେଠୀ ଓ ବୁଗୁଡା ବ୍ଲକ ବରଡିପଲ୍ଲି ଗ୍ରାମର ଚିତ୍ତରଞ୍ଜନ ସେଠୀ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ଆଜି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସେହି ଗ୍ରାମକୁ ଯାଇ ଶୋକ ସନ୍ତପ୍ତ ଦୁଇ ପରିବାରକୁ ଭେଟି ସମବେଦନା ଜଣାଇବା ସହ ୧୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା