

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାରେ ଭିନ୍ନ ଭିନ୍ନ ସ୍ଥାନରୁ ଚନ୍ଦନ ଓ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ବେଳେ ଦୁଇ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ସୂଚନା ଅନୁଯାୟୀ ରବିବାର ଦିନ ରାତିରେ ଜଣେ ବ୍ୟକ୍ତି ବାସ କାଠ ଧରି ଟ୍ରେନ ଯୋଗେ ଯିବା ପାଇଁ ପାରଳାଖେମୁଣ୍ଡି ରେଳଷ୍ଟେସନରେ ଅପେକ୍ଷା କରିଥିଲା । ଏହି ସମୟରେ ବନ ବିଭାଗ ଚଢାଉ କରି ଏହି ବ୍ୟକ୍ତି ଠାରୁ ୮୨ କିଲୋର ବାସ ଚନ୍ଦନ କାଠ ଜବତ କରିଥିଲା । ଏହାସହ ଏହି ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଗିରଫ ବ୍ୟକ୍ତି ଜଣକ ହେଉଛି ଆଝାରୁଦ୍ଧିନ୍ ଖାନ୍ ତାଙ୍କ ଘର ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡ଼ିଛି । ଆଜି ଆଝାରୁଦ୍ଧିନ୍ ଖାନ୍ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି । ସେହିଭଳି ୭୫ କିଲୋ ରକ୍ତ ଚନ୍ଦନ କାଠ ଚୋରାଚାଲାଣ ଅଭିଯୋଗରେ ବନ ବିଭାଗ ଗଜପତି ଜିଲ୍ଲା କାଞ୍ଜିଲିଙ୍ଗ ନିକଟ ତାଳ ମୁଣ୍ଡା ଗ୍ରାମର ସୁରେଶ ଭୂୟାଁକୁ ମହେନ୍ଦ୍ର ବନାଞ୍ଜଳ ଅଧିକାରୀ ପବିନ ପରିଛା କହିଛନ୍ତି । ରବିବାର ରାତିରେ ମହେନ୍ଦ୍ର ବନାଞ୍ଜଳ କର୍ମଚାରୀମାନେ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଗଣ୍ଡାହାତୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ସୁରେଶ ଯାଉଥିବା ବେଳେ ତାକୁ ଦେଖି ଅଟକାଇ ଯାଞ୍ଚ କଲାବେଳେ ତାହା ଠାରୁ ୭୫ କିଲୋ ରକ୍ତ ଚନ୍ଦନ କାଠ ଜବତ ହୋଇଥିଲା । ପରେ ତାକୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ଉଭୟ ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡିଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା

