

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର କୁମାର ସାହିର ବୁଲା ସେନାପତି (୮୦) ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ବୁଲା ସେନାପତି ଓ ତାଙ୍କ ସ୍ତ୍ରୀ ନିଜ ଘରେ ହୋଇଥିଲେ । ଗତକାଲି ରାତିରେ ଲଗାଣ ବର୍ଷା ଯୋଗୁଁ ତାଙ୍କ ଘରର କାନ୍ଥ ଭୁଶୁଡି ପଡିଯାଇଥିଲା । ଫଳରେ ବୁଲା ସେନାପତି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇ ଭର୍ତ୍ତି କରାଇଥିଲେ । ଏହିପରି ଲୋକଙ୍କୁ ସରକାରଙ୍କ ପ୍ରୋତ୍ସାହନ କୁଡ଼ିଆ ଯୋଜନା ସାତ ସପନ ହୋଇଥିବା ଜଣାପଡିଛି । ଏହିପରି ବିଭିନ୍ନ ଗ୍ରାମର ବହୁ ଲୋକ ଭଙ୍ଗା କୁଡ଼ିଆ ଚାଲ ଛପର ଘରେ ରହୁଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ଗୋଚର ହେଉ ନଥିବା ସାଧାରଣରେ ଅଭିଯୋଗ ହୋଇଛି ।
ରିପୋର୍ଟ : ଶୁଭମ କୁମାର ପାଣି